PGT ଲିଖିତ ପରୀକ୍ଷାକୁ ବାତିଲ କଲା OPSC, ଜାଣନ୍ତୁ ପୁଣି କେବେ ହେବ ପରୀକ୍ଷା?
ଭୁବନେଶ୍ୱର: ଆଜି ଅର୍ଥାତ ଅକ୍ଟୋବର ୬ରେ ହୋଇଥିବା ପୋଷ୍ଟ ଗ୍ରାଜୁଏଟ ଟିଚର (ପିଜିଟି) ଲିଖିତ ପରୀକ୍ଷା ବାତିଲ କରାଯାଇଛି । ରବିବାର ଏହି ପରୀକ୍ଷାଗୁଡିକ ହେବାକୁ ଥିବା ବେଳେ ଓପିଏସସି ଏହାକୁ ବାତିଲ କରିଛି। ପୋଷ୍ଟ ଗ୍ରାଜୁଏଟ ଟିଚର୍ସ (ପିଜିଟି) ନିଯୁକ୍ତି ନେଇ ଆଜି ୩ଟି ଅପ୍ସନାଲ ସବ୍ଜେକ୍ଟ- ପଦାର୍ଥ ବିଜ୍ଞାନ, ଗଣିତ ଓ ଓଡ଼ିଆ (ପେପର- ୧ ଓ ପେପର -୨) ପାଇଁ ହେବାକୁ ଥିବା ଲିଖିତ ପରୀକ୍ଷାକୁ ବାତିଲ କରି ଦିଆଯାଇଛି।

ଏନେଇ ଓଡ଼ିଶା ଲୋକ ସେବା ଆୟୋଗ (OPSC) ପକ୍ଷରୁ ସୂଚନା ଦିଆଯାଇଛି। ବୋର୍ଡ ପକ୍ଷରୁ ଅନିବାର୍ଯ୍ୟ କାରଣ ଦର୍ଶାଇ ପରୀକ୍ଷା ବାତିଲ୍ କରାଯାଇଛି।ତେବେ ଅନ୍ୟ ଅପ୍ସନାଲ ସବ୍ଜେକ୍ଟର ଲିଖିତ ପରୀକ୍ଷା ଧାର୍ଯ୍ୟ ସୂଚୀ ଅନୁସାରେ କରାଯିବ। ତେଣୁ ପ୍ରାର୍ଥୀମାନେ ନିୟମିତ ଭାବେ ୱେବସାଇଟ୍ ଚେକ କରିବାକୁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ କୁହାଯାଇଛି ।












Click it and Unblock the Notifications