ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ, ୪ ଟା ଯାଏଁ ଗୃହ ମୁଲତବି
ବିଧାନସଭା ପ୍ରଶ୍ନକାଳ ସୁରୁଖୁରୁରେ ଚାଲିବା ପରେ ଶୂନ୍ୟକାଳରେ ବିରୋଧୀ ସଦସ୍ୟ ହୋହାଲ୍ଲା କରିଛନ୍ତି।

ବାଚସ୍ପତି ବିରୋଧୀଙ୍କ ମୁଲତବୀ ପ୍ରସ୍ତାବ ଗ୍ରହଣ କରିନଥିବାରୁ ହୋହାଲ୍ଲା କରିବା ସହ ପୋଡିୟମ ପାଖରେ ନାରାବାଜି କରିବାକୁ ଗୃହ ୪ଟା ଯାଏଁ ମୁଲତବୀ ରଖାଯାଇଛି। ଗୃହରେ ବିଜେଡିକୁ କହିବାକୁ ସୁଯୋଗ ଦିଆଯାଉନଥିବା ଅଭିଯୋଗ କରିଛନ୍ତି ବିରୋଧୀ ସଦସ୍ୟ।
ବିଭିନ୍ନ ବ୍ଲକରେ ବିକାଶ କାମ ଠପ୍ ହୋଇଛି। ଏନେଇ ଗୃହରେ ଆଲୋଚନା କରିବାକୁ ବିଜେଡି ସଦସ୍ୟମାନେ ମୁଲତବୀ ପ୍ରସ୍ତାବ ଦେଇଥିଲେ। ସେପଟେ କଂଗ୍ରେସ ସଦସ୍ୟମାନେ ସଂରକ୍ଷଣ ପ୍ରସଙ୍ଗ ଉଠାଇ ନାରାବାଜି କରିଥିଲେ। ଫଳରେ ବାଚସ୍ପତି ଗୃହକୁ ୪ଟା ଯାଏଁ ମୁଲତବି ଘୋଷଣା କରିଛନ୍ତି।












Click it and Unblock the Notifications