ବିରୋଧୀଙ୍କ ହଟ୍ଟଗୋଳ; ସୋମବାର ଯାଏଁ ଗୃହ ମୁଲତବି ଘୋଷଣା କଲେ ବାଚସ୍ପତି

ଚାଲିପାରିଲାନି ଗୃହ । ସକାଳୁ ନେଇ ଅପରାହ୍ନ ଯାଏଁ ଦେଖିବାକୁ ମିଳିଲା ହୋହାଲ୍ଲା ଓ ହଟ୍ଟଗୋଳର ଦୃଶ୍ୟ । ଯାହା ଫଳରେ ସୋମବାର ଯାଏଁ ଗୃହକୁ ମୁଲତବି କଲେ ବାଚସ୍ପତି । ତେବେ ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ପର୍ୟ୍ୟାୟ ଆରମ୍ଭରୁ ଦୁଇଟି ପ୍ରସଙ୍ଗରେ ସରକାରକୁ ଘେରିଥିଲେ ବିରୋଧୀ ।

odisha assembli

ଗୋଟିଏ ପଟେ ବିଜୁ ପଟ୍ଟନାୟକଙ୍କୁ ଅସମ୍ମାନ ଘଟଣାକୁ ପ୍ରସଙ୍ଗ କରିଥିଲା ବିଜେଡି । ସେପଟେ ରାଜ୍ୟରେ ନାରୀ ନିର୍ଯ୍ୟାତନା ଓ ଆଇନଶୃଙ୍ଖଳା ପ୍ରସଙ୍ଗକୁ ପ୍ରମୁଖ ମୁଦ୍ଦା କରିଥିଲା କଂଗ୍ରେସ । ଉଭୟ ଦଳ ପ୍ଲାକାର୍ଡ ଧରି ଗୃହରେ ହୋହଲ୍ଲା କରିବା ସହ ବିଧାନସଭା ବାହାରେ ମଧ୍ୟ ପ୍ରତିବାଦ କରିଥିଲେ । ଯେଉଁଥିପାଇଁ ଆଜି ଅଚଳ ରହିଥିଲା ଗୃହକାର୍ଯ୍ୟ । ଅପରାହ୍ନ ୪ଟାରେ ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ପୁଣି ହଟ୍ଟଗୋଳ ଆରମ୍ଭ ହେବାରୁ ବାଧ୍ୟ ହୋଇ ଗୃହକୁ ସୋମାବାର ଯାଏ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି ।

ତେବେ ଆଜି ବିଧାନସଭାରେ ଦେଖିବାକୁ ମିଳିଥିଲା କିଛି ରୋଚକ ଦୃଶ୍ୟ । ଗୃହକୁ ବାଚସ୍ପତି ଆସିବା ପୂର୍ବରୁ ଆରମ୍ଭ ହୋଇଗଲା ହଟ୍ଟଗୋଳ । କଂଗ୍ରେସ ମହିଳା ନିର୍ଯ୍ୟାତନାକୁ ପ୍ରସଙ୍ଗ କରିଥିବା ବେଳେ ବିଜେଡି ବିଜୁ ବାବୁଙ୍କୁ ଅସମ୍ମାନ ପ୍ରସଙ୍ଗ କରିଥିଲା । ସକାଳ ୧୦ଟା ସମୟରେ କଂଗ୍ରେସର ବିଧାୟକମାନେ ମହିଳା ଅତ୍ୟାଚାରକୁ ପ୍ରସଙ୍ଗ କରି ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଥିଲେ । ତା'ପରେ ୧୦ ଟା ୨୮ ରେ କଂଗ୍ରେସ ବିଧାୟକମାନେ ନାରୀ ନିର୍ଯ୍ୟାତନା ଲେଖାଥିବା ବ୍ୟାନର ବେକରେ ପକାଇ ଗୃହ ମଧ୍ୟକୁ ନାରାବାଜି ଦେଇ ପ୍ରବେଶ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+