ଗୃହ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ,ସାଢ଼େ ୧୧ ଯାଏଁ ଗୃହକୁ ମୁଲତବି ରଖିଲେ ବାଚସ୍ପତି
ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ବିଧାନସଭାରେ ଦେଖାଦେଇଛି ଅଚଳାବସ୍ଥା। ଗୃହ କାର୍ଯ୍ୟ ଆରମ୍ଭରୁ ବିରୋଧୀ ପ୍ରବଳ ହୋ ହାଲ୍ଲା ଓ ନାରାବାଜୀ କରିଥିଲେ। ଫଳରେ ୧୧.୩୦ ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢୀ।

ନାରୀ ସୁରକ୍ଷା ପ୍ରସଙ୍ଗ ନେଇ ଗୃହ କମିଟି ଗଠନ ଦାବି କରି ବିଧାନସଭା ପରିସରରେ କଂଗ୍ରେସ କଳା ପୋଷାକ ପିନ୍ଧି ଘଣ୍ଟ ବାଡ଼େଇ ଓ ଶାହାନାଇ ବଜାଇ ପ୍ରତିବାଦ କରିଛି। ସେପଟେ ବିରୋଧୀଙ୍କ ଲାଇଭ୍ ଭିଜୁଆଲ୍ ଦେଖାଯାଉ ନଥିବା ଅଭିଯୋଗ କରି ଗୃହ ମଧ୍ୟଭାଗକୁ ଆସି ହୋ ହାଲ୍ଲା କରିଛି ବିଜେଡି।












Click it and Unblock the Notifications