Get Updates
Get notified of breaking news, exclusive insights, and must-see stories!

ବିରୋଧୀଙ୍କ ହଟ୍ଟଗୋଳ, ଅପରାହ୍ନ ୪ଟା ଯାଏଁ ବିଧାନସଭା ମୁଲତବୀ

ବିଧାନସଭା ପ୍ରଶ୍ନକାଳରେ ଜାରି ରହିଛି ବିରୋଧୀଙ୍କ ହଟ୍ଟଗୋଳ । ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବାର ମାତ୍ର କିଛି ମିନିଟ ପରେ ୧୧ଟା ୩୦ମିନିଟ ପର୍ଯ୍ୟନ୍ତ ମୁଲତବୀ କରିଲେ ବାଚସ୍ପତି ସୁରମା ପାଢୀ । ବିରୋଧୀ ମାନେ ନିଜ ଜିଦରେ ଅଟଳ ରହି ଗୃହର ମଧ୍ୟ ଭାଗକୁ ଆସି ନାରାବାଜି କରିଥିଲେ । ଧାନ ମଣ୍ଡିରୁ ଧାନ ଉଠୁନି, ଚାଷୀ ହତାଶ ଏହି ପ୍ରସଙ୍ଗକୁ ମୁଦ୍ଦା କରି ସରକାରଙ୍କୁ ଘେରିଛନ୍ତି ବିରୋଧୀ । କଂଗ୍ରେସ ସଦସ୍ୟମାନେ କଳାବ୍ୟାଚ୍‌ ପିନ୍ଧି ପ୍ରତିବାଦ କରିଥିଲେ । ୧୧ଟା ୩୦ମିନିଟ ପରେ ଗୃହ କାର୍ଯ୍ୟ ଆରମ୍ଭ ପରେ ସମାନ ଅବସ୍ଥା ଦେଖିବାକୁ ମିଳିଥିଲା । ଫଳରେ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି ।

Assembly

ଆଜି ପ୍ରଶ୍ନକାଳ ସମୟରେ ପ୍ରବଳ ହଟ୍ଟଗୋଳ ହେବାରୁ ବାଚସ୍ପତି ଠିଆ ହୋଇ ସେମାନଙ୍କୁ ଅନୁରୋଧ କରିଥିଲେ । ଉଭୟ ସଦସ୍ୟ ନିଜ ନିଜ ସିଟରେ ବସିବାକୁ ନିବେଦନ କରିଥିଲେ । ହେଲେ ଏହାକୁ ମାନିବାକୁ ନାରାଜ ବିରୋଧୀ । ପ୍ରବଳ ନାରାବାଜି ଯୋଗୁଁ ଗୃହକୁ ଦିନ ୧୧ଟା ୩୦ ମିନିଟ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଥିଲା । ଚତୁର୍ଥ ଦିନ ପାଇଁ ବି ପ୍ରଶ୍ନକାଳ ସ୍ୱାଭାବିକ ହୋଇନାହିଁ ।

କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି ଯେ ମିଲର୍ସ ଚାଷୀଙ୍କୁ ଶୋଷଣ କରୁଛନ୍ତି, ଏହା ବିରୋଧରେ ବିଧାନସଭାରେ ପ୍ରତିବାଦ ଜାରି ରଖିଛି କଂଗ୍ରେସ । ଆମେ ଆଲୋଚନା ଚାହୁଁଛୁ, ସରକାର ଆଲୋଚନା କରୁନାହାଁନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+