ସରଗରମ ହେବ ବିଧାନସଭା: ଆଇନଶୃଙ୍ଖଳା ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବ ବିରୋଧୀ
Odisha News: ତିନି ଦିନର ବିରତି ପରେ ଆଜି ପୁଣି ସରଗରମ ହେବ ବିଧାନସଭା । ଆଇନଶୃଙ୍ଖଳା ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବ ବିରୋଧୀ । ହୋଲି ଦିନ ସାରା ରାଜ୍ୟରେ ଘଟିଥିବା ହିଂସାକାଣ୍ତକୁ ନେଇ ବିରୋଧୀ ସରକାରଙ୍କୁ ଘେରିବାକୁ ନେଇ ପ୍ରସ୍ତୁତି କରିଛନ୍ତି ।

ସୂଚନା ଅନୁସାରେ, ହୋଲି ଦିନ ରାଜଧାନୀ ଭୁବନେଶ୍ୱରରେ ୨ଟି ହତ୍ୟାକାଣ୍ତ ଘଟିଥିବା ବେଳେ କଟକରେ ଗୁଳିମାଡ଼ ସମେତ ରାଜ୍ୟରେ ହିଂସାକାଣ୍ତ ଘଟିଛି । ଏହି ସମସ୍ତ ପ୍ରସଙ୍ଗ ନେଇ ଆଜି ବିରୋଧୀ ବିଧାନସଭାରେ ପ୍ରଶ୍ନ ଉଠାଇବେ । ପୂର୍ବରୁ ମହିଳା ନିର୍ଯ୍ୟାତନା ଓ ଜୟନାରାୟଣଙ୍କ ବିବାଦୀୟ ବୟାନକୁ ନେଇ ଗୃହରେ ହଙ୍ଗାମା କରିଥିଲେ ବିରୋଧୀ ।












Click it and Unblock the Notifications