ଗୃହ ମଧ୍ୟ ଭାଗରେ ବିରୋଧୀ ସଦସ୍ୟଙ୍କ ହୋହଲ୍ଲା ଓ ନାରାବାଜି,ସାଢ଼େ ୧୧ଟା ଯାଏଁ ଗୃହ ମୁଲତବି
ଆଜି ବି ଚାଲିପାରୁନି ବିଧାନସଭା । ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ହିଁ ବିରୋଧୀଙ୍କ ହୋହଲ୍ଲା । ଗୃହ ସାଢେ ୧୧ ଯାଏଁ ମୁଲତିବ କଲେ ବାଚସ୍ପତି । ପୋଷ୍ଟର ଧରି ବିରୋଧୀଙ୍କ ହଟ୍ଟଗୋଳ । ଆୟୁଷ୍ମାନ ପ୍ରସଙ୍ଗ ଉଠାଇ ନାରାବାଜି କଲେ ବିରୋଧୀ ।

ଗୃହରେ ବିଜେଡି ଓ କଂଗ୍ରେସ ସଦସ୍ୟଙ୍କ ପ୍ରତିବାଦ । ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଇସ୍ତଫା ଦାବି କଲେ ବିରୋଧୀ । ଗତକାଲି ଭଳି ଆଜି ମଧ୍ୟ ଗୃହରେ ଅଚଳାବସ୍ଥା ଦେଖା ଦେଇଛି । ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଗୃହକୁ ଅଚଳ କରୁଛନ୍ତି ବିରୋଧୀ ।
ସେପଟେ ଦରମା ବୃଦ୍ଧି ନେଇ ନିଖିଳ ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚକ-ପାଚିକା ରାଜ୍ୟ ସଂଘ ରାସ୍ତାରେ ଶୋଇଛି । ତିନି ମାସ ହେଲା ଦରମା ମିଳିନି। ତୁରନ୍ତ ଦରମା ପ୍ରଦାନ ଦାବି କରୁଛି ସଂଘ। ସମାନ କାମକୁ ସମାନ ଦରମା ଦେବାକୁ ଦାବି କରିଛି। ଦରମା ବୃଦ୍ଧି ସହିତ ଅବସରକାଳୀନ ବୟସ ସୀମା ୬୨ ବର୍ଷକୁ ବୃଦ୍ଧି, ଛଟେଇ ହୋଇଥିବା ପାଚିକାମାନଙ୍କୁ ପୁନଃ ନିଯୁକ୍ତି, ପ୍ରତି ମାସର ପ୍ରଥମ ସପ୍ତାହରେ ଦରମା ପ୍ରଦାନ, ପୂର୍ବ ସରକାରଙ୍କର ଘୋଷଣା ଅନୁସାରେ ମୃତ୍ୟୁକାଳୀନ ସହାୟତା ରାଶି ଏକ ଲକ୍ଷ ଟଙ୍କା ପ୍ରଦାନ ସହିତ ବିଭିନ୍ନ ଦାବି ନେଇ ରାଜରାସ୍ତାରେ ସହ ସହ ପାଚିକା ବସିଛନ୍ତି ।












Click it and Unblock the Notifications