ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ଜାଣନ୍ତୁ କାହିଁକି?
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ବିରୋଧୀଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି। ଅଦିନିଆ ବର୍ଷାରେ ଚାଷ କ୍ଷତି ଭରଣା ପାଇଁ ଏହି ଚିଠି ଜରିଆରେ ଦାବି ଜଣାଇଛନ୍ତି ନବୀନ। ନବୀନ ଲେଖିଛନ୍ତି, ନିର୍ଦ୍ଧାରିତ ସମୟ ମଧ୍ୟରେ ସରକାର କ୍ଷତିପୂରଣ ଦିଅନ୍ତୁ। ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମଧ୍ୟ ଦାବି କରିଛନ୍ତି ନବୀନ।

ଅନ୍ୟପକ୍ଷରେ ମୋହନ ମଧ୍ୟ ଆଜି ନବୀନଙ୍କ ନାଁ ନ ନେଇ କଡ଼ା ଟାର୍ଗେଟ୍ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମ ସରକାର କିଛି ଲୋକଙ୍କୁ ବାଧ୍ୟ କରିଦେଲା ଯେ, ସେମାନେ ନିଜ ବିଳାସପୂର୍ଣ୍ଣ ଟାଓ୍ବାରରୁ ବାହାରି ବିଲ ମୁଣ୍ଡକୁ ଯାଇଛନ୍ତି।












Click it and Unblock the Notifications