ନୂଆପଡ଼ାରେ ପହଞ୍ଚିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, କରିବେ ରୋଡ୍ରେ ରୋଡ୍ ସୋ'
ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୁକ୍ରବାର ଦିନିକିଆ ନୂଆପଡ଼ା ଗସ୍ତରେ ଯାଇ ପହଞ୍ଚିଛନ୍ତି। ନବୀନଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ପ୍ରଚାର କରିବେ। ଏହି ଅବସରରେ ନବୀନ ଖରିଆର୍ ରୋଡ୍ ଏନ୍ଏସି ଅଞ୍ଚଳର ଦାଗା, ବିଜୁ ପଟ୍ଟନାୟକ ଏବଂ ଲକ୍ଷ୍ମଣିଆ ପେଟ୍ରୋଲ ପମ୍ପ ଛକ ଦେଇ ରୋଡ୍ ଶୋ କରିବେ।

ସେହିପରି ନୂଆପଡ଼ା ଏନ୍ଏସିର ସୂର୍ଯ୍ୟନଗର, ଗାୟତ୍ରୀ ମନ୍ଦିର ଏବଂ ଏକ୍ତା ଛକଠାରେ ରୋଡ୍ ଶୋ' କରିବା କାର୍ଯ୍ୟକ୍ରମ ରହିଛି। ଏହାସହ ନୂଆପଡ଼ା ବ୍ଲକର ପରକୋଦଠାରେ ଏକ ସାଧାରଣ ସଭାକୁ ସେ ସମ୍ବୋଧିତ କରିବେ ବୋଲି ଜଣାପଡିଛି।
ସୂଚନାଯୋଗ୍ୟ, ଗତ ୩ ତାରିଖରେ ନବୀନ ନୂଆପଡ଼ା ଯାଇ କୋମନା ବ୍ଲକ ଠାରେ ଆୟୋଜିତ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ।












Click it and Unblock the Notifications