ପୁଣି ଅସୁସ୍ଥ ହେଲେ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ, ଘରୋଇ ହସ୍ପିଟାଲରେ ଭର୍ତ୍ତି ସୂଚନା
ରୋଧୀ ଦଳ ନେତା ନବୀନ ପଟ୍ଟନାୟକ ପୁଣି ଥରେ ଅସୁସ୍ଥ ହୋଇଥିବା ସୂଚନା ମିଳିଛି। ତାଙ୍କୁ ଭୁବନେଶ୍ବରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ନବୀନ ପଟ୍ଟନାୟକଙ୍କର ଚିକିତ୍ସା ଡାକ୍ତର ଆଲୋକ ପାଣିଗ୍ରାହୀ କରୁଛନ୍ତି। ତାଙ୍କୁ ଡିହାଇଡ୍ରେସନ ହୋଇଥିବା ସୂଚନା ମିଳିଛି। ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଅଛି।

ଯଦି ଦେଖିବା ନିକଟରେ ଜୁନ୍ ମାସ ୨୦ ତାରିଖରେ ମୁମ୍ୱାଇ ଯାଇଥିଲେ ଅସ୍ତ୍ରୋପଚାର ପାଇଁ। ମୁମ୍ବାଇ ସ୍ଥିତ କୋକିଳା ବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲ୍ରେ ନବୀନଙ୍କର ସର୍ଭାଇକାଲ୍ ଆର୍ଥରାଇଟିସ୍ର ଅସ୍ତ୍ରୋପଚାର ସରିବା ପରେ ସେ ସୁସ୍ଥ ହୋଇ ଭିବନେଶ୍ୱର ଫେରିଥିଲେ।ହେଲେ ଏବେ ସେ ପୁଣିଥିରେ ଅସୁସ୍ଥ ହୋଇପଡିଥିବା ସୂଚନା ମିଳିଛି। ତାଙ୍କୁ ସଙ୍ଗେ ସଙ୍ଗେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।












Click it and Unblock the Notifications