ଆକଳନକୁ ନେଇ ବଡ ବୟାନ ଦେଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର

ଭୁବନେଶ୍ବର: ସାଧାରଣ ନିର୍ବାଚନ-୨୦୨୪ ଫଳାଫଳ ଜୁନ୍‌ ୪ ତାରିଖ ସନ୍ଧ୍ୟା ସୁଦ୍ଧା ସ୍ପଷ୍ଟ ହୋଇଯିବ। ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ବିଭିନ୍ନ ଜାତୀୟ ସର୍ଭେ ସଂସ୍ଥା ସେମାନଙ୍କର ବୁଥ ବାହୁଡା ମତ ପ୍ରକାଶ କରିଛନ୍ତି। ଏହାରି ମଧ୍ୟରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ବଡ଼ ବୟାନ ଦେଇଛନ୍ତି।

ଜାତୀୟ ଗଣମାଧ୍ୟମରେ ଦ୍ୱାରା ହୋଇଥିବା ଏକ୍‌ଜିଟ୍‌ ପୋଲର ଆକଳନ ସତ ହେବ ବୋଲି ସେ ଦମ୍ଭୋକ୍ତି ବାଢ଼ିଛନ୍ତି। ଗଣମାଧ୍ୟମର ପ୍ରତିନିଧିଙ୍କୁ ସେ କହିଛନ୍ତି ଯେ, ସମ୍ବଲପୁରରେ ବିଜେଡି ଟଙ୍କାରେ ଖେଳିବାକୁ ଚାହିଁଲା ଏବଂ ବିଜେପି ଲୋକସମ୍ପର୍କ ବଢ଼ାଇଲା। ବ୍ୟାପକ ଲୋକସମ୍ପର୍କ ବିଜେପିକୁ ବଡ଼ ବିଜୟ ଭେଟି ଦେବ। ସମ୍ବଲପୁର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ୨ ଲକ୍ଷରୁ ଅଧିକ ଭୋଟରେ ବିଜୟୀ ହେବେ।

Jayanarayan Mishra

ବରିଷ୍ଠ ବିଜେପି ନେତା ଜୟନାରାୟଣ କହିଛନ୍ତି ଯେ, ସମ୍ବଲପୁର ବିଧାନସଭା ଆସନରେ ଭଲ ଭେଟ୍‌ ବ୍ୟବଧାନରେ ବିଜୟୀ ହେବୁ। କିଛି ସ୍ଥାନକୁ ଛାଡ଼ିଦେଲେ ସମ୍ବଲପୁରର ଅଧିକାଂଶ ଆସନରେ ଲୋକେ ଆଦରରେ ଗ୍ରହଣ କରିଛନ୍ତି। ତେବେ ବିଜୟରେ ଭୋଟ୍‌ ବ୍ୟବଧାନ କେତେ ରହିବ ସେନେଇ ଜୟନାରାୟଣ କୌଣସି ସ୍ପଷ୍ଟ ହିସାବ ଦେଇନାହାନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+