ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କୁ କରୋନା, ଏମ୍ସରେ ଭର୍ତ୍ତି
ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କରୋନାରେ ଆକ୍ରାନ୍ତ ହୋଇଥିବା ବିଷ୍ଣୁଙ୍କୁ ଆଜି ସକାଳ ପ୍ରାୟ ସାଢ଼େ ୧୦ଟା ବେଳେ ଭୁବନେଶ୍ୱର ସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଛି।
ଭୁବନେଶ୍ୱର: ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କରୋନାରେ ଆକ୍ରାନ୍ତ ହୋଇଥିବା ବିଷ୍ଣୁଙ୍କୁ ଆଜି ସକାଳ ପ୍ରାୟ ସାଢ଼େ ୧୦ଟା ବେଳେ ଭୁବନେଶ୍ୱର ସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଛି।

ଏମ୍ସ ଅଧୀକ୍ଷକ ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି କହିଛନ୍ତି ଯେ ତାଙ୍କୁ ଏକ ପ୍ରାଇଭେଟ୍ କ୍ୟାବିନ୍ରେ ରଖାଯାଇଛି। ବର୍ତ୍ତମାନ ତାଙ୍କର ଅବସ୍ଥା ଭଲ ଅଛି। ତାଙ୍କର ସମସ୍ତ ପ୍ରକାର ଟେଷ୍ଟ କରାଯିବ। ଏହା ସହିତ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ତାଙ୍କର ଚିକିତ୍ସା କରାଯିବ ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ ଦୀର୍ଘ ଦିନ ହେବ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ଏମ୍ସରେ ଅଛନ୍ତି।












Click it and Unblock the Notifications