ଗୃହ ଚଲେଇ ଦେଉନି ବିରୋଧୀ ! ବିଭିନ୍ନ ଆଲୋଚନା ଉପରେ ରୋକ୍ ଲଗାଉଛନ୍ତି ବିଜେଡ଼ି ଓ କଂଗ୍ରେସ୍ ।

ଗୃହ ଚଲେଇ ଦେଉନି ବିରୋଧୀ ! ବିଭିନ୍ନ ଆଲୋଚନା ଉପରେ ରୋକ୍ ଲଗାଉଛନ୍ତି ବିଜେଡ଼ି ଓ କଂଗ୍ରେସ୍ ।

ବିଧାନସଭା କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ କଂଗ୍ରେସ ବିଧାୟକମାନେ ଗୃହ ବାହାରେ ଧାରଣା ଦେଇଥିଲେ । ଏହାପରେ ଗୃହ ମଧ୍ୟଭାଗକୁ ଆସି ନାରୀ ନିର୍ଯାତନା ପ୍ରସଙ୍ଗରେ ହଙ୍ଗାମା କରିଥିଲେ । ଏପଟେ ବିଜେଡି ସଦସ୍ୟମାନେ ମଧ୍ୟ ଗୃହର ମଧ୍ୟଭାଗକୁ ଆସି ଜୟନାରାୟଣ ପ୍ରସଙ୍ଗ ଉଠାଇ ପ୍ରତିବାଦ କରିଥିଲେ । ଏହାରି ମଧ୍ୟରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିଯିବାକୁ ଉଦ୍ୟମ କରିଥିଲେ ।

ODISHA ASSEMBLY

ନାରୀ ନିର୍ଯାତନା ପ୍ରସଙ୍ଗରେ ହଙ୍ଗାମା କରିଥିଲେ କଂଗ୍ରେସ ସଦସ୍ୟ । ଏପିରିକି ରିପୋର୍ଟରଙ୍କ ଟେବୁଲ ଉପରେ ଚଢି ବିରୋଧୀ ଦଳଙ୍କ ପ୍ରତିବାଦ ଦେଖିବାକୁ ମିଳିଥିଲା । ବିରୋଧୀଙ୍କ ପ୍ରବଳ ବିରୋଧ ସତ୍ତ୍ୱେ ଚାଲିଥିଲା ପ୍ରଶ୍ନକାଳ । ବାଚସ୍ପତି ସୁରମା ପାଢୀ ଗୃହକୁ ପରିଚାଳନା କରୁଥିଲେ । ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଉତ୍ତର ରଖୁଥିବାବେଳେ ଜୟନାରାୟଣ ମିଶ୍ର ଓ ତାରା ବାହିନୀପତିଙ୍କ ମଧ୍ୟରେ ହାତାହାତି ହୋଇଥିଲା । ଫଳରେ ବାଚସ୍ପତି ଗୃହକାର୍ଯ୍ୟ ମୁତଲବୀ ଘୋଷଣା କରିଥିଲେ ।

ବିଜେଡି ବିଧାୟକ ଅନନ୍ତ ପ୍ରଶ୍ନ କରି ପଚାରିଥିଲେ, ମୋ ବସ୍‌ରେ ବେଗ ନିୟନ୍ତ୍ରଣ ଯନ୍ତ୍ର ଲାଗିଛି କି?। ମୋ ବସ୍‌ ଧକ୍କାରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ କେତେ ଠଙ୍କା କ୍ଷତିପୂରଣ ଦିଆଯାଇଛି ବୋଲି ପ୍ରଶ୍ନ କରିଥିଲେ।

ଉତ୍ତରରେ ମନ୍ତ୍ରୀ କହିଥିଲେ, ଭୁବନେଶ୍ୱର ମହାନଗର ନିଗମ ଏବଂ ଏହାର ଆଖପାଖ ଅଞ୍ଚଳରେ କ୍ରୁଟ ପକ୍ଷରୁ ପରିଚାଳିତ ୩୭୫ଟି ମୋ ବସ୍‌ ଚଳାଚଳ କରୁଛି । ମୋ ବସ ଦୁର୍ଘଟଣାରେ ୧୬ଜଣ ପ୍ରାଣ ହରାଇଥିବା କହିଥିଲେ।

ଅନ୍ୟପକ୍ଷେ ଇଲେକ୍ଟ୍ରି ମୋ ବସ ପାଇଁ ସହର ଭିତରେ ଘଣ୍ଟାପ୍ରତି ବେଗ ୩୫ କିମି ରହିଥିବା ବେଳେ, ଡିଜେଲ ବସ୍‌ ପାଇଁ ଘଣ୍ଟାପ୍ରତି ବେଗ ୪୦ କିମି ରଖାଯାଇଛି । ଏପରିକି ଜାତୀୟ ରାଜପଥରେ ଚାଲୁଥିବା ବସ୍‌ ପାଇଁ ଘଣ୍ଟାପ୍ରତି ବେଗ ୫୦ କିମି ଧାର୍ୟ୍ୟ କରାଯାଇଛି ବୋଲି ମନ୍ତ୍ରୀ କହିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+