ଭୁବନେଶ୍ୱର ବିମାନ ବନ୍ଦର ବାହାରେ ସନ୍ଦିଗ୍ଧ ବ୍ୟାଗ୍: ବ୍ୟାଗକୁ ଯାଞ୍ଚ କରୁଛି ଡଗ୍ ଓ ବମ୍ ସ୍କ୍ୱାଡ୍

ଭୁବନେଶ୍ୱର ବିମାନ ବନ୍ଦର ବାହାରେ ସନ୍ଦିଗ୍ଧ ବ୍ୟାଗ୍ । ଲଗେଜ ଟ୍ରଲିରେ ରହିଥିଲା ବ୍ୟାଗ । ବ୍ୟାଗକୁ ଯାଞ୍ଚ କରୁଛି ଡଗ୍ ଓ ବମ୍ ସ୍କ୍ୱାଡ୍ । ଯାଞ୍ଚ ପରେ ସନ୍ଦିଗ୍ଧ ବ୍ୟାଗ ଜବତ ।

ତେବେ ବ୍ୟାଗ କେମିତି କେଉଁଠୁ ଆସିଲା ତାକୁ ନେଇ ଆରମ୍ଭ ହୋଇଛି ଖୋଳତାଡ । ଭାରତ ପାକିସ୍ତାନ ଯୁଦ୍ଧ ପରିସ୍ଥିତି ଭିତରେ ଭୁବନେଶ୍ୱର ବିମାନ ବନ୍ଦରରୁ ବ୍ୟାଗ ମିଳିବା ଘଟଣା ଏବେ ଚର୍ଚ୍ଚା ସୃଷ୍ଟି କରିଛି । ଏହି ଘଟଣା ପରେ ଏବେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି ।

ଭାରତ-ପାକିସ୍ତାନ ଯୁଦ୍ଧ ପରିସ୍ଥିତିକୁ ନଜରରେ ରଖି ଓଡିଶାର ବିଭିନ୍ନ ସ୍ଥାନରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସମସ୍ତ ସନ୍ଦିଗ୍ଧ ଗତିବିଧିକୁ ନଜରରେ ରଖିଛନ୍ତି ସୁରକ୍ଷା ବାହିନୀ । ହେଲେ ଏହାରି ଭିତରେ ସନ୍ଦିଗ୍ଧ ବ୍ୟାଗ ମିଳିବା ଘଟଣା ଏବେ ଚର୍ଚ୍ଚା ସୃଷ୍ଟି କରିଛି ।

operation SINDOOR Suspicious bag

ଆତଙ୍କିତ ନହେବାକୁ IOCL ପକ୍ଷରୁ ପରାମର୍ଶ । ଦେଶସାରା ଇଣ୍ଡିଆନ ଅଏଲର ପ୍ରଚୁର ଇନ୍ଧନ ମହଜୁଦ୍‌ ଅଛି। ଯୋଗାଣ ଲାଇନଗୁଡ଼ିକ ସୁଗମ ଭାବରେ କାର୍ଯ୍ୟ କରୁଛି। ସମସ୍ତ ଆଉଟଲେଟରେ ଇନ୍ଧନ ଏବଂ ଏଲପିଜି ସହଜରେ ଉପଲବ୍ଧ ବୋଲି କହିଛି IOCL ।

ଅପରେଶନ ସିନ୍ଦୂରର ପ୍ରଭାବରେ ଥରି ଉଠିଛି ପାକିସ୍ତାନ । ଗୁରୁବାର ରାତିସାରା, ଜମ୍ମୁ, ପଠାନକୋଟ ଏବଂ ଉଧମପୁରର ଅନ୍ତର୍ଜାତୀୟ ସୀମାରେ ପାକିସ୍ତାନରୁ ଡ୍ରୋନ ଏବଂ ମିଶାଇଲ ଦ୍ୱାରା ଟାର୍ଗେଟ କରାଯାଇଥିଲା। କିନ୍ତୁ ଭାରତର ୩ ସେନା ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିଲେ।

S-400 ଭଳି ବାୟୁ ପ୍ରତିରକ୍ଷା ପ୍ରଣାଳୀ ସାରା ରାତି କାମ କରିଥିଲା ଏବଂ ପାକିସ୍ତାନର ଆକ୍ରମଣର ପ୍ରତ୍ୟେକ ପ୍ରୟାସକୁ ତୁରନ୍ତ ନିଷ୍କ୍ରିୟ କରାଯାଇଥିଲା। ଭାରତୀୟ ସେନା ଏକ ଭିଡିଓ ଜାରି କରିଛି ଯେଉଁଥିରେ ଭାରତ କିପରି ଏକ ପାକିସ୍ତାନୀ ପୋଷ୍ଟକୁ ଉଡ଼ାଇ ଦେଇଛି ତାହା ଦର୍ଶାଯାଇଛି।

ଅନ୍ୟପକ୍ଷେ ପାକିସ୍ତାନର ସମସ୍ତ ଉଦ୍ଦେଶ୍ୟ ବିଫଳ ହୋଇଥିବା ବେଳେ ଭାରତୀୟ ବିଶେଷ କ୍ଷତି ହୋଇନାହିଁ। ସେନା ଆନୁଷ୍ଠାନିକ ଭାବରେ ମେ ୮ ରାତିରେ କ'ଣ ଘଟିଥିଲା ତାହା କହିଛି।

ସେନା ତାର ବିବୃତ୍ତିରେ କହିଛି, ପାକିସ୍ତାନ ସଶସ୍ତ୍ର ବାହିନୀ ମେ ୮ ରାତିରେ ସମଗ୍ର ପଶ୍ଚିମ ସୀମାରେ ଡ୍ରୋନ ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ବ୍ୟବହାର କରି ଅନେକ ଆକ୍ରମଣ କରିଥିଲେ। ପାକ ସୈନିକମାନେ ଜମ୍ମୁ ଏବଂ କଶ୍ମୀରର ନିୟନ୍ତ୍ରଣ ରେଖାରେ ଅନେକ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲେ। ହେଲେ ଡ୍ରୋନ ଆକ୍ରମଣକୁ ପ୍ରଭାବଶାଳୀ ଭାରତ ପଣ୍ଡ କରିଥିଲା। ଭାରତୀୟ ସେନା ଦେଶର ସାର୍ବଭୌମତ୍ୱ ଏବଂ କ୍ଷେତ୍ରୀୟ ଅଖଣ୍ଡତାକୁ ରକ୍ଷା କରିବାକୁ ପ୍ରତିବଦ୍ଧ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+