ନକ୍ସଲ ନିପାତ ପାଇଁ ଅପରେସନ୍ ବ୍ଲାକ୍‌ ଫରେଷ୍ଟ-୨; ଟଳିଲେ ୫ ମାଓବାଦୀ

ମାଓବାଦୀଙ୍କ ବିରୋଧରେ ସୁରକ୍ଷାବଳକୁ ମିଳିଛି ଏକ ବଡ଼ ସଫଳତା। 'ଅପରେସନ୍ ବ୍ଲାକ୍ ଫରେଷ୍ଟ-୨'ରେ ଟଳିଛନ୍ତି ୫ ଜଣ ଦୁର୍ଦ୍ଦାନ୍ତ ମାଓବାଦୀ। ଛତିଶଗଡ଼ ଓ ତେଲଙ୍ଗାନା ସୀମାନ୍ତ ଜଙ୍ଗଲରେ ଯବାନଙ୍କ ଗୁଳିରେ ନକ୍ସଲ ମୂଳପୋଛ ଅଭିଯାନ ଆହୁରି ଜୋରଦାର ହୋଇଛି।

Maoists

ଛତିଶଗଡ଼ ଏବଂ ତେଲଙ୍ଗାନା ସୀମାରେ ଥିବା କାରେଗୁଟ୍ଟା ଜଙ୍ଗଲରେ ମାଓବାଦୀମାନେ ମେଳି କରୁଥିବା ଖବର ପାଇ ଯବାନମାନେ ଚଢ଼ାଉ କରିଥିଲେ। ଏହି ଭୟଙ୍କର ଗୁଳି ବିନିମୟରେ ୫ ଜଣ ନକ୍ସଲ ନିହତ ହୋଇଛନ୍ତି। ମୃତକଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରିନାହିଁ।

ମାର୍ଚ୍ଚ ୩୧ ସୁଦ୍ଧା ଦେଶକୁ ନକ୍ସଲ ମୁକ୍ତ କରିବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଲକ୍ଷ୍ୟ ଅନୁଯାୟୀ ଏହି ଶେଷ ଲଢ଼େଇ ଆରମ୍ଭ ହୋଇଛି। ଗୁରୁବାରରୁ ଆରମ୍ଭ ହୋଇଥିବା ଏହି ଅଭିଯାନରେ ପ୍ରାୟ ୨୦୦୦ରୁ ଊର୍ଦ୍ଧ୍ୱ ଯବାନ ସାମିଲ ହୋଇଛନ୍ତି। ଘଟଣାସ୍ଥଳରୁ ସୁରକ୍ଷାବଳ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଏବଂ ମାଓ ସାମଗ୍ରୀ ଜବତ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ପ୍ରଥମ ପର୍ଯ୍ୟାୟ ଅପରେସନରେ ୩୧ ନକ୍ସଲଙ୍କୁ ନିପାତ କରାଯାଇଥିଲା ଏବଂ କୋଟି କୋଟି ଟଙ୍କାର ସମ୍ପତ୍ତି ସହ ବିସ୍ଫୋରକ ଜବତ ହୋଇଥିଲା। ସେହି ସମୟରେ ଦୁର୍ଦ୍ଦାନ୍ତ ମାଓ ନେତା ହିଡ଼ମା ସହ ୨୦୦ରୁ ଅଧିକ ନକ୍ସଲ ଛତ୍ରଭଙ୍ଗ ଦେଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+