ଅପରେସନ ଅଜୟ: ଯୁଦ୍ଧଭୂମିରୁ ଜନ୍ମଭୂମିକୁ ଫେରିଲେ ୯ ଓଡ଼ିଆ
ଇସ୍ରାଏଲ ଉପରେ ହମାସର ଆକ୍ରମଣ ପରଠାରୁ ଭୟଙ୍କର ଯୁଦ୍ଧ ଜାରି ରହିଛି । ଏହାରି ମଧ୍ୟରେ ଇସ୍ରାଏଲରେ ରହୁଥିବା ଭାରତୀୟଙ୍କୁ ସୁରକ୍ଷୀତ ସ୍ୱଦେଶକୁ ଫେରାଇ ଆଣିବା ପାଇଁ ଭାରତ ସରକାର ସମସ୍ତ ଉଦ୍ୟମ କରୁଛନ୍ତି ।
ଇସ୍ରାଏଲରେ ଫସି ରହିଥିବା ଭାରତୀୟମାନଙ୍କର ପ୍ରଥମ ବ୍ୟାଚ୍ ସ୍ୱତନ୍ତ୍ର ବିମାନ ଯୋଗେ ନୂଆଦିଲ୍ଲୀରେ ପହଞ୍ଚିଛି । ପ୍ରଥମ ବ୍ୟାଚରେ ମହିଳା, ବୃଦ୍ଧ ଏବଂ ଶିଶୁଙ୍କ ସମେତ ମୋଟ ୨୧୨ ଜଣ ଭାରତରେ ପହଞ୍ଚିଛନ୍ତି। ଆଉ ସେଥିରେ ଅଛନ୍ତି ୯ ଓଡ଼ିଆ ।
ଲୋକମାନେ ଦିଲ୍ଲୀରେ ପହଞ୍ଚିବା ମାତ୍ରେ ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେମାନେ କହିଛନ୍ତି ଯେ, ଆମେ ବର୍ତ୍ତମାନ ଆମ ଦେଶରେ ଅଛୁ, ଆମେ ବହୁତ ଖୁସି ଅନୁଭବ କରୁଛୁ ।
ଏହି ଆକ୍ରମଣରେ ଉଭୟ ପାର୍ଶ୍ୱରୁ ପ୍ରାୟ ୨୫୦୦ ଲୋକ ପ୍ରାଣ ହରାଇଛନ୍ତି। ଏହି ସମୟରେ, ଇସ୍ରାଏଲରେ ଫସି ରହିଥିବା ଭାରତୀୟମାନଙ୍କୁ ଭାରତକୁ ଫେରାଇ ଆଣିବା ପାଇଁ ଭାରତ ସରକାର ଅପରେସନ୍ ଅଜୟ ଆରମ୍ଭ କରିଛନ୍ତି ।

ଆର୍ମି ଓ ସରକାରଙ୍କ ଉପରେ ସ୍ଥାନୀୟ ଲୋକଙ୍କ ଭରସା ଥିଲା । ଆଣ୍ଟି ମିସାଇଲ ସିଷ୍ଟମ ଥିବାରୁ ଆମେ ସେଠାରେ ନିରାପଦରେ ଥିଲୁ । ସେଠାରେ ଗୋଟିଏ ଗୋଟିଏ ବିଲିଡିଂରେ ଗୋଟିଏ ସେଫ ହାଉସ ଥିଲା । ପ୍ରଥମ ଥର ଲାଗି ସାଇରନ ଶୁଣିବା ପରେ ଆତଙ୍କିତ ଥିଲୁ ବୋଲି କହିଛନ୍ତି ଇସ୍ରାଏଲ ଫେରନ୍ତା ।
ଇସ୍ରାଏଲରୁ ଭାରତ ଉଡ଼ିବା ପୂର୍ବରୁ ଏହି ଭାରତୀୟ ଛାତ୍ର କହିଥିଲେ ଯେ ମୁଁ ଭାରତ ଯାଉଛି । ମୁଁ ବହୁତ ଖୁସି । ଏଠାରେ ସ୍ଥିତି ବହୁତ ଭୟଙ୍କର ହୋଇଯାଇଛି । ଆମେ ଘରକୁ ଯାଉଛୁ । ଆମକୁ ନିରାପଦରେ ବାହାର କରିଥିବାରୁ ଭାରତ ସରକାରଙ୍କୁ ଧନ୍ୟବାଦ। ଆମେ ଖୁସି ଯେ ମୋଦୀ ସରକାର ଅପରେସନ୍ ଅଜୟ ଆରମ୍ଭ କରିଛନ୍ତି, ଯାହା ମାଧ୍ୟମରେ ଆମେ ଆମ ଘରେ ପହଞ୍ଚିବାରେ ସକ୍ଷମ ହେବୁ। ସରକାର ସାହାଯ୍ୟ କରୁଛନ୍ତି। ଏଠାରେ ପରିସ୍ଥିତି ଯୋଗୁଁ ଅଭିଭାବକମାନେ ଅଧିକ ଚିନ୍ତିତ ଥିଲେ । ତଥାପି, ବର୍ତ୍ତମାନ ସେ ମୋତେ ଦେଖି ବହୁତ ଖୁସି ହେବେ ।












Click it and Unblock the Notifications