ଆଜିଠୁ ୨ ଘଣ୍ଟା ଓପିଡି ସେବା ବନ୍ଦ

ରାଜ୍ୟରେ ସୋମବାରଠାରୁ ବିଭିନ୍ନ ସରକାରୀ ହସ୍ପିଟାଲରେ ୨ ଘଣ୍ଟା ଲେଖାଏଁ ଓପିଡି ବନ୍ଦ ହେବ। ଏଭଳି ଚରମ ନିଷ୍ପତ୍ତି ନେଇଛି ଓମ୍‌ସା (ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏସନ)। ସରକାର ଡାକ୍ତରଙ୍କ ଦାବି ଶୁଣୁନଥିବାରୁ ସେମାନେ ନିଜ ଜିଦ୍‌ରେ ଅଟଳ ରହିଛନ୍ତି। ଦୈନିକ ପୂର୍ବାହ୍ଣ ୯ଟାରୁ ୧୧ଟା ଓପିଡି ବନ୍ଦ ହେବା ଯୋଗୁଁ ସ୍ଥିତି ବିଗିଡ଼ିବ। ରୋଗୀ ସେବା ବ୍ୟାହତ ହେବ। ଅନ୍ୟପକ୍ଷରେ ଡାକ୍ତରଙ୍କ ଏହି ଚରମ ନିଷ୍ପତ୍ତିକୁ ସହମତି ଜଣାଇଛି କନିଷ୍ଠ ଡାକ୍ତର ସଂଘ।

OPD

ପଦୋନ୍ନତି, ଦରମା ବୃଦ୍ଧି, କାର୍ଯ୍ୟକ୍ଷେତ୍ରରେ ସୁରକ୍ଷା ଆଦି ୧୦ ଦଫା ଦାବି ପୂରଣ ନେଇ ଓମ୍‌ସା ପ୍ରତିବାଦ କରିବା ସହିତ କଳାବ୍ୟାଜ୍ ପିନ୍ଧି ଗତ ୨୬ତାରିଖରୁ ପୂର୍ବାହ୍ନ ୧୦ରୁ ୧୧ଟା ଘଣ୍ଟାଏଁ ଲେଖାଏଁ ଓପିଡି ବନ୍ଦ ଜାରି ରଖିଛି। ହେଲେ ସରକାର ଦାବି ପୂରଣ ସମ୍ପର୍କରେ ସେଭଳି କୌଣସି ନିଷ୍ପତ୍ତି ଗ୍ରହଣ କଲେ ନାହିଁ। ବାଧ୍ୟ ହୋଇ ଓମ୍‌ସା କେନ୍ଦ୍ରୀୟ କାର୍ଯ୍ୟକାରିଣୀ କମିଟି ବୈଠକରେ ଡାକ୍ତରମାନେ ଓପିଡ଼ି ବନ୍ଦ ସମୟକୁ ୧ଘଣ୍ଟାରୁ ୨ଘଣ୍ଟାକୁ ବଢ଼ାଇବାକୁ ସ୍ଥିର କରିଛନ୍ତି। ଆଜିଠାରୁ ଦୈନିକ ୨ ଘଣ୍ଟା ଲେଖାଏଁ ଓପିଡି ବନ୍ଦ କରିବେ। ପୂର୍ବରୁ ରୋଗୀ ସେବା କ୍ଷେତ୍ରରେ ଅନେକ ଅସୁବିଧା ହେଉଥିବାବେଳେ

ଏବେ ଦୁଇ ଘଣ୍ଟିଆ ବନ୍ଦ ପରେ ପରିସ୍ଥିତି ବିଗିଡ଼ିବା ଆଶଙ୍କା ରହିଛି। ଅନ୍ୟପକ୍ଷରେ ଡାକ୍ତରଙ୍କୁ ସମର୍ଥନ ଜଣାଇଛି କନିଷ୍ଠ ଡାକ୍ତର ସଂଘ (ଜେଡିଏ)। ଏସ୍‌ସିିବି, ବୁର୍ଲା ଏବଂ ବ୍ରହ୍ମପୁର ଭେଷଜ ମହାବିଦ୍ୟାଳୟର କନିଷ୍ଠ ଡାକ୍ତର ଓମ୍‌ସା ଦାବିକୁ ସମର୍ଥନ କରିଛନ୍ତି। ସରକାର ଏଦିଗରେ କୌଣସି ନିଷ୍ପତ୍ତି ନନେଲେ ଓମ୍‌ସା ପ୍ରତିବାଦରେ ସାମିଲ ହେବେ କନିଷ୍ଠ ଡାକ୍ତର। ଏନେଇ ଓମ୍‌ସା ସଭାପତି ଡା. କିଶୋର ଚନ୍ଦ୍ର ମିଶ୍ର ଏବଂ ସମ୍ପାଦକ ଡା. ସଞ୍ଜୀବ ପ୍ରଧାନ କହିଛନ୍ତି, ସରକାରଙ୍କୁ ସମସ୍ତ ବିଷୟରେ ଅବଗତ କରିଛୁ। ଓପିଡି ବନ୍ଦ ସମ୍ପର୍କରେ ଜନସାଧାରଣ ମଧ୍ୟ ଜାଣିଛନ୍ତି। ରୋଗୀଙ୍କୁ ହଇରାଣ କରିବା ଆମର ଉଦ୍ଦେଶ୍ୟ ନୁହେଁ। ଯେକୌଣସି ଅଘଟଣ ପାଇଁ ସରକାର ହିଁ ଦାୟୀ ରହିବେ। ମୁଖ୍ୟମନ୍ତ୍ରୀ ତୁରନ୍ତ ଏଦିଗରେ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ବୋଲି ସଂଘ ପକ୍ଷରୁ କୁହାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+