୨ ଘଣ୍ଟା ଓପିଡି ବନ୍ଦ, ରୋଗୀ ହନ୍ତସନ୍ତ

ଡାକ୍ତରଙ୍କ ୨ ଘଣ୍ଟା ଓପିଡି ବନ୍ଦ ଯୋଗୁ ହନ୍ତସନ୍ତ ଲୋକେ । ୧୦ ଦଫା ଦାବି ନେଇ ରାଜ୍ୟର ସବୁ ମେଡିକାଲରେ ସକାଳ ୯ରୁ ୧୧ ପର୍ଯ୍ୟନ୍ତ ଓପିଡି ବନ୍ଦ । ରୋଗୀ ସେବା ଗୁରୁତର ପ୍ରଭାବିତ। ପୂର୍ବରୁ ଘଣ୍ଟିକିଆ ବନ୍ଦ ରଖିଥିଲେ ଓପିଡି । ଗତକାଲି ଠୁ ଦୁଇ ଘଣ୍ଟା ଓପିଡି ବନ୍ଦ ନେଇ ଡାକ୍ତର ସଂଘର ନିଷ୍ପତ୍ତି । ଡାକ୍ତରଙ୍କ ଦାବି ପୂରଣ ପାଇଁ ସରକାରଙ୍କ ପକ୍ଷରୁ କୌଣସି ନିଷ୍ପତ୍ତି ନିଆଯାଇନାହିଁ । ତେଣୁ ଆନ୍ଦୋଳନ ଅବଧି ବଢ଼ାଇବା ପାଇଁ ଡାକ୍ତର ସଂଘ ବାଧ୍ୟ ହୋଇଥିବା କୁହାଯାଇଛି ।

OPD
ଏଥିପାଇଁ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଓପିଡିରେ ସକାଳେ ୧ ଘଣ୍ଟା ବଦଳରେ ୨ ଘଣ୍ଟା ରୋଗୀ ଦେଖିବେନି ଡାକ୍ତର । ସକାଳ ୯ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ଓପିଡି ସେବା ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ଡାକ୍ତର । ଏହି ସମୟରେ କେବଳ ଜରୁରୀକାଳୀନ ସେବା ଜାରି ରହିବ । ଏହାପରେ ଆସନ୍ତା ୨୭ ତାରିଖରୁ ଓପିଡି ସମ୍ପୂର୍ଣ୍ଣ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ଓମ୍‌ସା । ଏହାଛଡ଼ା ୨୬ ତାରିଖରୁ ଏନ୍‌ଏଚ୍‌ଏମ୍ ଯୋଜନାରେ ଅସହଯୋଗ ଜାରି ରହିବ ବୋଲି ଓମ୍‌ସା ପକ୍ଷରୁ କୁହାଯାଇଛି ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+