MKCG ମେଡିକାଲ୍ରେ ଅପରେସନ୍ ବେଳେ ଓଟି ଅନ୍ଧାର
ବ୍ରହ୍ମପୁର ବଡ଼ଡାକ୍ତରଖାନାରେ ଅସ୍ତ୍ରୋପଚାର ସମୟରେ ବିଦ୍ୟୁତ ଚାଲିଯିବା କାରଣରୁ ଅନ୍ଧାରରେ ରୋଗୀ ସେବା କରାଯାଇଥିବା ଦେଖିବାକୁ ମିଳିଛି। ଦକ୍ଷିଣ ଓଡ଼ିଶାର ଏକମାତ୍ର ରେଫରାଲ ହସପିଟାଲ୍ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ପ୍ରତିଦିନ କିଛି ନା କିଛି ସମସ୍ୟା ଲାଗି ରହୁଛି। ଗତକାଲି ଜଣେ ରୋଗୀଙ୍କ ଅସ୍ତ୍ରୋପଚାର ପାଇଁ ସକାଳ ସମୟରେ ଓଟିକୁ ନିଆଯାଇଥିଲା। ରୋଗୀଙ୍କ ଅସ୍ତ୍ରୋପଚାର ସମୟରେ ହଠାତ୍ ବିଦ୍ୟୁତ ସେବା ବ୍ୟାଘାତ ହୋଇଥିଲା। ବିକଳ୍ପ ଭାବେ ଓଟିରେ ଲାଗିଥିବା ୟୁପିଏସ୍ ବି କାମ କରିନଥିଲା। କିଛି ସମୟ ପାଇଁ ଓଟି ସଂପୂର୍ଣ୍ଣ ଅନ୍ଧାର ହୋଇଯାଇଥିଲା। କିଛି ସମୟ ପରେ ଓଟିକୁ ବିଦ୍ୟୁତ୍ ସଂଯୋଗ ହୋଇଥିବା ଜଣାପଡ଼ିଛି।













Click it and Unblock the Notifications