ସାତକୋଶିଆରେ ଥିବା ଏକମାତ୍ର ବାଘୁଣୀ ନିଖୋଜ୍, ମାସେ ହେଲା ମିଳୁନି ଖୋଜଖବର

ରାଜ୍ୟର ଏହି ଦ୍ବିତୀୟ ବ୍ୟାଘ୍ର ଅଭୟାରଣ୍ୟରେ ଥିବା ଏକମାତ୍ର ବାଘୁଣୀର ଖୋଜ ଖବର ମିଳୁ ନ ଥିବାରୁ ଏଭଳି ଆଶଙ୍କା ପ୍ରକାଶ ପାଇଛି। ୭୯୫କିମି ବ୍ୟାପି ଅଭୟାରଣ୍ୟରେ ବନ ବିଭାଗ କ୍ୟାମେରା ଲଗାଇ ବାଘୁଣୀ ଉପରେ ନଜର ରଖିଥିଲେ ମଧ୍ୟ ଦୁଇ ମାସ ହେଲା ବାଘୁଣୀର ପତ୍ତା ମିଳୁନି

ଅନୁଗୁଳ: ବାଘଶୂନ୍ୟ ହୋଇଗଲା କି ସାତକୋଶିଆ ? ରାଜ୍ୟର ଏହି ଦ୍ବିତୀୟ ବ୍ୟାଘ୍ର ଅଭୟାରଣ୍ୟରେ ଥିବା ଏକମାତ୍ର ବାଘୁଣୀର ଖୋଜ ଖବର ମିଳୁ ନ ଥିବାରୁ ଏଭଳି ଆଶଙ୍କା ପ୍ରକାଶ ପାଇଛି। ୭୯୫କିମି ବ୍ୟାପି ଅଭୟାରଣ୍ୟରେ ବନ ବିଭାଗ କ୍ୟାମେରା ଲଗାଇ ବାଘୁଣୀ ଉପରେ ନଜର ରଖିଥିଲେ ମଧ୍ୟ ଦୁଇ ମାସ ହେଲା ବାଘୁଣୀର ପତ୍ତା ମିଳୁନି। ଶେଷଥର ଲାଗି ନଭେମ୍ବର ୨୩ରେ କ୍ୟାମେରାରେ ଦୃଶ୍ୟମାନେ ହୋଇଥିଲା।

Satkosia tigress

ସାତକୋଶିଆରେ ବାଘୁଣୀ ନିଖୋଜ ନେଇ ପ୍ରତିକ୍ରିୟା ରଖିଛନ୍ତି ପିସିସିଏଫ ୱାଇଲ୍ଡ ଲାଇଫ । ମାସେ ହେଲା ବାଘୁଣୀର ଖୋଜଖବର ମିଳୁନି । ଏଣୁ ବାଘୁଣୀ ଅନ୍ୟ ଅଞ୍ଚଳକୁ ଚାଲିଯାଇଥିବା ସନ୍ଦେହ କରାଯାଉଛି । ପୂର୍ବରୁ ସାତକୋଶିଆ ବାଘ ନନ୍ଦନକାନନରେ ଦେଖିବାକୁ ମିଳିଛନ୍ତି ।

ପିସିସିଏଫଙ୍କ କହିବା ମୁତାବକ, ଗତ ଏକମାସ ହେଲା କିଛି କ୍ୟାମେରା ବାଘଗଣନା ପାଇଁ ସ୍ଥାନାନ୍ତର କରାଯାଇଛି । ଏବେ ପୁଣି ସେହି ଜାଗାରେ କ୍ୟାମେରା ଲଗାଇଲେ, ବାଘ ଅଛନ୍ତି ନା ନାହିଁ ଜଣାପଡ଼ିବ । ଗତ କିଛିଦିନ ତଳେ ଏକ ସମ୍ବର ଶିକାର ହୋଇଥିବା ସାମ୍ନାକୁ ଆସିଛି । ଏଣୁ ବାଘୁଣୀ ବଞ୍ଚିଥିବା ଅନୁମାନ କରାଯାଉଛି ।

ସୂଚନାଥାଉ କି, ୨୦୦୪ରେ ସାତକୋଶିଆ ଅଭୟାରଣ୍ୟରେ ୧୮ଟି ମହାବଳ ରହିଥିଲେ। ମାତ୍ର ବନ ବିଭାଗର ଅବହେଳା ଓ ଶିକାରୀଙ୍କ ସକ୍ରିୟତା ଯୋଗୁଁ ଧୀରେଧୀରେ ବାଘଙ୍କ ସଂଖ୍ୟା ହ୍ରାସ ପାଉଛି। ୨୦୧୮ ବାଘ ଗଣନା ବେଳେ ଏଠାରେ ମାତ୍ର ଗୋଟିଏ ବାଘୁଣୀ ରହିଥିଲା। ତା' ବୟସ ୧୫ରୁ ଅଧିକ ହୋଇଥିବାରୁ ସ୍ବାସ୍ଥ୍ୟବସ୍ଥା ବି ଠିକ୍ ରହୁ ନ ଥିଲା। ଶରୀରରେ ଘା' ହୋଇଥିବାରୁ ରୋଗିଣା ଅବସ୍ଥାରେ ଏଣେତେଣେ ବୁଲୁଥିଲା। ଯେଉଁଥିପାଇଁ ବନ ବିଭାଗ କର୍ମଚାରୀଙ୍କ ସମେତ କ୍ୟାମେରା ଲଗାଯାଇ ତାହା ଉପରେ ନଜର ରଖାଯାଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+