ଶ୍ରୀମନ୍ଦିରରେ କେବଳ ବ୍ୟବହାର ହେବ ଓମଫେଡ ଘିଅ, ଆଇନ ମନ୍ତ୍ରୀ

ଶ୍ରୀମନ୍ଦିରରେ କେବଳ ଓମଫେଡ୍ ଘିଅ ବ୍ୟବହାର ନେଇ ସ୍ଥିର ହୋଇଥିବା ବେଳେ ଏଥିରେ ସହଯୋଗ ପ୍ରଦାନ ପାଇଁ ଓମଫେଡ କମ୍ପାନୀକୁ ଶ୍ରୀମମନ୍ଦିର ମୁଖ୍ୟ ପ୍ରଶାସକ ଚିଠି ଲେଖିଛନ୍ତି । ଶ୍ରୀମନ୍ଦିରରେ ମହାପ୍ରସାଦ ପ୍ରସ୍ତୁତି ହେଉ କିମ୍ବା ଶୁଖିଲା ଭୋଗ ଓ ଦୀପ ଜାଳିବା ପାଇଁ ପ୍ରତିଦିନ ପ୍ରାୟ ଦେଢ଼ଶହରୁ ଦୁଇଶହ ଘିଅ ଟିଣ ବ୍ୟବହାର ହେଉଛି । ଏଣୁ ଓମଫେଡ କମ୍ପାନୀ ପକ୍ଷରୁ ଏକ ସ୍ବତନ୍ତ୍ର ଘିଅ ଡିପୋ ଖୋଲିବା ପାଇଁ ଓମଫେଡ କମ୍ପାନୀର ପରିଚାଳନା ନିର୍ଦ୍ଦେଶକଙ୍କୁ ମୁଖ୍ୟ ପ୍ରଶାସକ ଚିଠି ଲେଖିଥିବା ବେଳେ ଏହାକୁ ସ୍ବାଗତ କରିଛି ସୁଆର ମହାସୁଆର ନିଯୋଗ ।

Puri Jagannath Temple

ଏହି ପରିପ୍ରେକ୍ଷୀରେ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି, ମନ୍ଦିର ପରିଚାଳନା କମିଟି ବୈଠକରେ ଆଲୋଚନା ହୋଇ ନିଷ୍ପତ୍ତି ହୋଇଛି । କୌଣସି ମନ୍ଦିର ପ୍ରସାଦ କିମ୍ବା ଦୀପରେ ଅଶୁଦ୍ଧତାର ପ୍ରଶ୍ନବାଚୀ ରହିବନି I ମହାପ୍ରଭୁଙ୍କ ପାଖରେ ବ୍ୟବହାର ହେଉଥିବା କୌଣସି ଜିନିଷରେ କିଛି ଅସୁବିଧା ନହେଉ ସେ ଦୃଷ୍ଟିରୁ ନିଷ୍ପତ୍ତି ହେଉଛି I ଦୀପ ହେଉ କି ପ୍ରସାଦ ହେଉ କେଉଁଥିରେ ବି ଓମଫେଡ଼ ଛଡା ଆଉ କିଛି ବ୍ୟବହାର ହେବନି I ଯାହା ଭକ୍ତଙ୍କୁ ଆଶ୍ଵସ୍ତ କରିବ I କୌଣସି ଅଶୁଦ୍ଧତାର ପ୍ରଶ୍ନ ଆସିବ ନାହିଁ I ଆଗକୁ ଅନ୍ୟ ମନ୍ଦିର ପାଇଁ ବି ନିଷ୍ପତ୍ତି ହେବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+