କ୍ୟାପିଟାଲ୍ ହସ୍ପିଟାଲରେ ଆରମ୍ଭ ହେଲା ଅନଲାଇନ ଟିକେଟ ବ୍ୟବସ୍ଥା, ଦେଖନ୍ତୁ କେମିତି କରିବେ ବୁକିଂ
ଏଣିକି ଆଉ କ୍ୟାପିଟାଲ ହସ୍ପିଟାଲରେ ଲମ୍ବା ଲାଇନ ଲଗାଇ ଟିକେଟ କାଟିବାକୁ ପଡ଼ିବନି । ବିଭିନ୍ନ ବିଭାଗରେ ଚିକିତ୍ସା ପାଇଁ ଏବେ ରୋଗୀମାନେ ଅନଲାଇନରେ ଟିକେଟ କରି ଡାକ୍ତରଙ୍କ ପରାମର୍ଶ ନେଇ ପାରିବେ ।
ଭୁବନେଶ୍ୱର: ଏଣିକି ଆଉ କ୍ୟାପିଟାଲ ହସ୍ପିଟାଲରେ ଲମ୍ବା ଲାଇନ ଲଗାଇ ଟିକେଟ କାଟିବାକୁ ପଡ଼ିବନି । ବିଭିନ୍ନ ବିଭାଗରେ ଚିକିତ୍ସା ପାଇଁ ଏବେ ରୋଗୀମାନେ ଅନଲାଇନରେ ଟିକେଟ କରି ଡାକ୍ତରଙ୍କ ପରାମର୍ଶ ନେଇ ପାରିବେ । ଏନେଇ ସୂଚନା ଦେଇଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ ।

ରୋଗୀ ତଥା ତାଙ୍କ ସମ୍ପର୍କୀୟ www.eswastya.odisha.gov.in ରେ ଲଗଇନ କରି ସେଠାରେ ନିଜର ତଥ୍ୟ ଆଉ ବିଭାଗକୁ ଚୟନ କରିବେ । ତାପରେ ଟିକେଟ ବୁକ୍ କରିବେ ।
ଏଠାରେ କ୍ଲିକ୍ କରି ଟିକେଟ୍ ବୁକ କରନ୍ତୁ
ସେଠାରେ ଆସିଥିବା ଫାଇଲକୁ ପ୍ରିଣ୍ଟ ବାହାର କରି ଡାକ୍ତରଙ୍କ ପରାମର୍ଶ ନେଇପାରିବେ । ନଚେତ୍ ସେହି ଫାଇଲରେ ଥିବା କ୍ୟୁଆର କୋଡକୁ ସ୍କାନ କରିବା ପାଇଁ ଏକ କିଓସ୍କ ମେସିନକୁ ହସ୍ପିଟାଲରେ ବସାଯାଇଛି । ଏଠାରେ ସେହି କୋଡକୁ ସ୍କାନ କରି ପ୍ରିଣ୍ଟ ବାହାର କରିହେବ । କେବଳ ରବିବାରକୁ ଛାଡ଼ି ପ୍ରତିଦିନ ୩ଟାରୁ ୫ଟା ପର୍ଯ୍ୟନ୍ତ ଡାକ୍ତରଙ୍କ ପରାମର୍ଶ ନେଇପାରିବେ ରୋଗୀ ।
ଏନେଇ ପ୍ରତିଦିନ ରାତି ୧୨ଟାରୁ ଆରମ୍ଭ ହୋଇ ତାପରଦିନ ସନ୍ଧ୍ୟା ୫ଟା ମଧ୍ୟରେ ବିଭିନ୍ନ ବିଭାଗରେ ଟିକେଟ ବୁକ୍ କରିହେବ । ପ୍ରାରମ୍ଭିକ ପର୍ଯ୍ୟାୟରେ ୫୦୦ ଲୋକଙ୍କ ପାଇଁ ଏହି ବ୍ୟବସ୍ଥା କରାଯାଇଛି । କଟକ ବଡ଼ ମେଡିକାଲ ଓ ଏବେ କେବଳ କ୍ୟାପିଟାଲ ହସ୍ପିଟାଲରେ ଏହି ବ୍ୟବସ୍ଥା ଆରମ୍ଭ ହୋଇଛି ।












Click it and Unblock the Notifications