ଅନ୍ଲାଇନ୍ ଗେମ୍ ପାଇଁ ଚାଲିଗଲା ଜୀବନ
Online Game Death News: ଅନ୍ଲାଇନ୍ ଗେମ୍ ପାଇଁ ଚାଲିଗଲା ଜୀବନ । ଲିଙ୍ଗରାଜ ଥାନା ତିନିମୁଣ୍ତିଆ ଛକରେ ଜଣେ ୨୨ ବର୍ଷିୀୟ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଛି । ତେବେ ଅନଲାଇନ୍ ଗେମ ଖେଳି ଋଣଭାରରେ ଯୁବକ ଜଣକ ଆତ୍ମହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ, ୨୨ ବର୍ଷିୀୟ ଯୁବକ ଜଣକ ଫାସି ଲଗାଇଥିଲେ, ତାଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଯେଉଁଠି ତାଙ୍କୁ ମୃତ ଘୋଷଣା କରାଯାଇଛି । ଏନେଇ ପୋଲିସ ଏକ ମାମଲା ମଧ୍ୟ ରୁଜୁ କରି ତଦନ୍ତ ଆରମ୍ଭ କରିଛି । ମୃତ ଯୁବକଙ୍କ ନାଁ ଶଶାଙ୍କ ଶେଖର ବୋଲି ସୂଚନା ରହିଛି ।












Click it and Unblock the Notifications