ଅନଲାଇନ ଗେମ ହେଲା କାଳ, ଗେମରେ ହାରିଯିବାରୁ ଜୀବନ ହାରିଦେଲେ ଯୁବକ
ରାଜଧାନୀରେ ଅଭାବନୀୟ ଘଟଣା। ଅନଲାଇନ ଗେମ ନେଲା ପୁଣି ଜଣେ ଯୁବକଙ୍କ ଜୀବନ। ଭୁବନେଶ୍ଵର ଲକ୍ଷ୍ମୀସାଗର ଚମ୍ପା ପୋଖରୀ ଅଞ୍ଚଳର ଜଣେ ଯୁବକ ଅନଲାଇନ ଗେମ ଖେଳି ହାରିଯିବା ପରେ ନିଜ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ପ୍ରାୟ ୭ଲକ୍ଷ ଟଙ୍କା ହାରିବା କାରଣରୁ ସେ ଜୀବନ ହାରିଥିବା ଅଭିଯୋଗ ହୋଇଛି। ମୃତକ ଯୁବକଭ୍କ ନାମ ବିକାଶ ନାୟକ ବୋଲି ଜଣାପଡ଼ିଛି। ଖବରପାଇ ଲକ୍ଷ୍ମୀସାଗର ପୁଲିସ ମୃତଦେହ ଜବତ ପରେ ତଦନ୍ତ ଆରମ୍ଭ କରିଥିବଳ ସୂଚନା ମିଳିଛି ।
ସୂଚନା ମୁତାବକ, ଲକ୍ଷ୍ମୀସାଗର ଥାନା ଅଧୀନ ଚମ୍ପା ପୋଖରୀ ଅଞ୍ଚଳରେ ବିକାଶ ନାୟକ ପ୍ରାୟତଃ ମୋବାଇଲ ମାଧ୍ୟମରେ ଅନ୍ଲାଇନ୍ ଗେମ୍ ଖେଳୁଥିଲେ। ସେ ଏହି ଖେଳ ଖେଳୁଥିବା ସମୟରେ ହାରି ଯାଇଥିଲେ। ଗେମ୍ ହାରିଯିବା ପରେ ବିକାଶ ମାନସିକ ଭାରସାମ୍ୟ ହରାଇଥିଲେ। କ'ଣ କରିବେ ନ କରିବେ କିଛି ଭାବି ନଥିଲେ। ଶେଷରେ ଘର ଭିତରେ ଦଉଡ଼ି ଦେଇ ଝଲି ପଡ଼ିଥିଲେ।

ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ଘଟଣାସ୍ଥଳରୁ ଏକ ମୋବାଇଲ ଜବତ କରିଛି। ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି। ଅନ୍ୟପଟରେ ଏହି ଅପ୍ରୀତିକର ଘଟଣା ନେଇ ଲକ୍ଷ୍ମୀସାଗର ଅଞ୍ଚଳରେ ଚର୍ଚ୍ଚା ହେଉଛି।












Click it and Unblock the Notifications