OTP ନ ଦେଇ ମଧ୍ୟ ୨ ଲକ୍ଷ ୬୫ ହଜାର ଟଙ୍କା ଠକେଇର ହେଲେ ଶିକାର
ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲାରେ । ଜଣେ ଅବସରପ୍ରାପ୍ତ କର୍ମଚାରୀ ଏମିତି ଠକାମିର ଶିକାର ହେବା ସହ ତାଙ୍କ ନିଜ ଆକାଉଣ୍ଟ ଓ ତାଙ୍କ ସ୍ତ୍ରୀଙ୍କ ଆକାଉଣ୍ଟରୁ ଗାଏବ ହୋଇଯାଇଛି ୨ ଲକ୍ଷ ୬୫ ହଜାର ଟଙ୍କା।
କଳାହାଣ୍ଡି: ତାଙ୍କ ମୋବାଇଲ ନମ୍ବରକୁ ଆସିଥିବା 4 ଡିଜିଟ ଓଟିପି ନମ୍ବର ସେୟାର କରି ନଥିଲେ । ମାତ୍ର ବ୍ୟାଙ୍କ ଆକାଉଣ୍ଟରୁ କଟିଗଲା ଟଙ୍କା । ଖାଲି ସେତିକି ନୂହେଁ ନିଜ ଆକାଉଣ୍ଟ ସହ ନିଜ ପତ୍ନୀଙ୍କ ଆକାଉଣ୍ଟରୁ ମଧ୍ୟ ଗାଏବ ହେଇଗଲା ଲକ୍ଷାଧିକ ଟଙ୍କା । ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲାରେ । ଜଣେ ଅବସରପ୍ରାପ୍ତ କର୍ମଚାରୀ ଏମିତି ଅନଲାଇନ ଠକେଇର ଶିକାର ହେବା ସହ ତାଙ୍କ ନିଜ ଆକାଉଣ୍ଟ ଓ ତାଙ୍କ ସ୍ତ୍ରୀଙ୍କ ଆକାଉଣ୍ଟରୁ ଗାଏବ ହୋଇଯାଇଛି ୨ ଲକ୍ଷ ୬୫ ହଜାର ଟଙ୍କା।
ମିଳିଥିବା ଖବର ଅନୁସାରେ, ଶନିବାର ମଧ୍ୟାହ୍ନରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଶର୍ମା କଲୋନୀରେ ରହୁଥିବା ଗଙ୍ଗାଧର ସୁବୁଦ୍ଧିଙ୍କ ନିକଟକୁ ଏକ ଅଜଣା ଫୋନ କଲ ଆସିଥିଲା । କଲ୍ କରିଥିବା ବ୍ୟକ୍ତି ଜଣକ ଏକ ମୋବାଇଲ୍ କମ୍ପାନୀର କଷ୍ଟମର କେୟାର ଅଧିକାରୀ ଭାବେ ନିଜ ପରିଚୟ ଦେଇଥିଲେ । ପରେ ତାଙ୍କ ମୋବାଇଲରେ କିଛି ସମସ୍ୟ ଅଛି ବୋଲି ପ୍ରଶ୍ନ କରିଥିଲେ । ଆଉ ସମାଧାନ ପାଇଁ ବହୁତ ଚାଲାକିରେ ସେ ଗଙ୍ଗାଧର ସୁବୁଦ୍ଧିଙ୍କ କିଛି ତଥ୍ୟ ମାଗି ନେଇଥିଲେ ।

ପରେ ନୂଆବର୍ଷ ପାଇଁ ମାଗଣା ଅଫର ଅଛି ଓ ମୋବାଇଲ ଗିଫ୍ଟ ମିଳିବ। ଏହାସହ ୨୦ ହଜାର ଟଙ୍କା କ୍ୟାଶ୍ ପ୍ରାଇଜ୍ ମିଳିବ ବୋଲି ସମ୍ପୃକ୍ତ ବ୍ୟକ୍ତି ଗଙ୍ଗାଧରଙ୍କୁ କହିଥିଲେ। ଏହା ଶୁଣିବା ପରେ ଗଙ୍ଗାଧର ଉକ୍ତ ବ୍ୟକ୍ତିଙ୍କ ନିର୍ଦ୍ଦେଶକୁ ଅନୁସରଣ କରିଥିଲେ। ମାତ୍ର ଗଙ୍ଗାଧର ଓଟିପି ସେୟାର କରିନଥିବା ଦୃଧୋକ୍ତି ବାଢିଛନ୍ତି । ତେବେ ବିନା ଓଟିପିରେ ମଧ୍ୟ ଗଙ୍ଗାଧରଙ୍କ ଆକାଉଣ୍ଟରୁ ଗୁଗୁଲ୍ ପେ'ରୁ ୨୦ ହଜାର ଟଙ୍କା ଲେଖାଏଁ ୫ ଥର ଓ ବ୍ୟାଙ୍କ ଆକାଉଣ୍ଟରୁ ୪୫ ହଜାର ଟଙ୍କା କଟି ଯାଇଥିଲା । ଏହା ପରେ ଗଙ୍ଗାଧରଙ୍କ ସ୍ତ୍ରୀଙ୍କ ଆକାଉଣ୍ଟରୁ ମଧ୍ୟ କିଛି ଟଙ୍କା କଟିଥିଲା । ତେବେ ସମୁଦାୟ ୨ ଲକ୍ଷ ୬୫ ହଜାର ଟଙ୍କା ଗାଏବ ହୋଇଯାଇଥିବା ଗଙ୍ଗାଧର କହିଛନ୍ତି ।
ତେବେ ଠକାମିର ଶିକାର ହେବାପରେ ଗଙ୍ଗାଧର ପୋଲିସର ଦ୍ୱାରସ୍ଥ ହୋଇଛନ୍ତି। ଏନେଇ ଭବାନୀଟପାଟଣା ଟାଉନ ଥାନାରେ ସେ ଏତଲା ଦେଇଛନ୍ତି। ଏତଲା ଆଧାରରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।












Click it and Unblock the Notifications