ଝାରସୁଗୁଡ଼ାରେ ହେଲା ଗ୍ୟାସ ଲିକ୍, ଜଣେ ମୃତ, ୫ ଅସୁସ୍ଥ
ଝାରସୁଗୁଡ଼ା: ସଦର ଥାନା ଅନ୍ତର୍ଗତ ବୁଢ଼ିପଦରସ୍ଥିତ ଓଡ଼ିଶା ମେଟାଲିକର ବ୍ଲାଷ୍ଟ ଫର୍ଣ୍ଣେସରେ ଲାଗିଥିବା ପେଲେଟ୍ ପ୍ଲାଣ୍ଟରୁ ବିଷାକ୍ତ କାର୍ବନ ମନୋ ଅକସାଇଡ୍ ଗ୍ୟାସ୍ ନିର୍ଗତ ହୋଇ ଆଜି ଅପରାହ୍ଣରେ ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୫ ଜଣଙ୍କୁ ଗୁରୁତର ଅବସ୍ଥାରେ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସମସ୍ତ ଆହତଙ୍କ ଅବସ୍ଥା ସଂକଟାପନ୍ନ ରହିଥିବା ବେଳେ, ସେମାନେ ଆଇସିୟୁରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ମୃତ ବ୍ୟକ୍ତି ହେଲେ ଝାରସୁଗୁଡ଼ା ବ୍ଲକ ଅନ୍ତର୍ଗତ ତେଛବାହାଲ ଗ୍ରାମର ବରୁଣ ପ୍ରଧାନ । ମୃତକ ଜଣକ ଜଣେ ଠିକା ଶ୍ରମିକ ବୋଲି ଜଣାପଡିଛି । ତେବେ ଏହି ଘଟଣାକୁ ନେଇ କାରଖାନାରେ ଉତ୍ତେଜନା ଦେଖାଦେଇଛି । ଅନ୍ୟପଟେ ଗ୍ୟାସ୍ କେମିତି ଓ କାହିଁକି ଲିକ୍ ହେଲା ସେନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନି ।












Click it and Unblock the Notifications