ବିସ୍ଫୋରଣ ହେଲା ପ୍ରେସର ବୋମା, ଜଣେ ଗୁରୁତର
ମାଲକାନଗିରି: ମାଲକାନଗିରି ସୀମାନ୍ତରେ ପୁଣି ନକ୍ସଲ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଜଂଗଲରେ ଖଞ୍ଜିଥିବା ପ୍ରେସର ବୋମ ବିସ୍ଫୋରଣରେ ଜଣେ ଗ୍ରାମବାସୀ ଆହତ ହୋଇଛନ୍ତି । ସୁଚନାନୁସାରେ ଦନ୍ତେୱାଡା ଜିଲ୍ଲାର ବାରସୁର ଥାନା ଅନ୍ତର୍ଗତ ଗୁଫା ଏବଂ ତାଡେଲବାୟା ଗ୍ରାମ ମଧ୍ୟ ଜଂଗଲରେ ନକ୍ସଲ ପ୍ରେସରବୋମା ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଖଞ୍ଜିଥିଲେ ।

ତେବେ ଗୁଫାପାରା ମଙ୍ଗନାର ଗ୍ରାମର ଗ୍ରାମବାସୀ ଜରୁରାମ କତଲାମି ନାମକ ବ୍ୟକ୍ତି ଏହି ରାସ୍ତା ଦେଇ ଫେରୁଥିବା ବେଳେ ପ୍ରେସର ବୋମା ବିସ୍ଫୋରଣ ହୋଇଥିଲା । ଫଳରେ ଜରୁରାମ ଗୁରୁତର ଆହତ ହୋଇଥିଲେ ।ସେ ନିଜ ମା'ଙ୍କ ଶବ ଦାହ କରି ଘରକୁ ଫେରୁଥିଲେ ।












Click it and Unblock the Notifications