ବିଭିନ୍ନ ହସ୍ପିଟାଲ OPDରେ ଘଣ୍ଟାଏ କାର୍ଯ୍ୟବନ୍ଦ ଆନ୍ଦୋଳନ

ରାଜ୍ୟ ସରକାର ଓ ଡାକ୍ତରଙ୍କ ବୁଝାମଣା ଅଭାବରୁ ସରକାରୀ ଡାକ୍ତରଖାନାରେ ରୋଗୀ ହେଉଛନ୍ତି ହନ୍ତସନ୍ତ । ଓଡ଼ିଶା ମେଡିକାଲ ସେବା ସଂଘ-ଓମ୍‌ସା ପକ୍ଷରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଘଣ୍ଟିକିଆ ବନ୍ଦ ଡାକରା ଦିଆଯାଇଛି । ଗତକାଲି ବନ୍ଦ ସାରା ରାଜ୍ୟର ସରକାରୀ ମେଡିକାଲରେ ସଫଳ ହୋଇଥିବା ଓମସା ସଭାପତି ଡାକ୍ତର କିଶୋର ଚନ୍ଦ୍ର ମିଶ୍ର ସୂଚନା ଦେଇଛନ୍ତି । ଗତକାଲିଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସକାଳ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ଘଣ୍ଟାଏ ବହର୍ବିଭାଗ -ଓପିଡି ବନ୍ଦ ପାଳନ ହେଉଛି ।

OPDs
କେବଳ ସୋନପୁର ଜିଲ୍ଲାକୁ ବାଦ୍ ଦେଲେ ଅନ୍ୟ ସବୁ ଜିଲ୍ଲାରେ ଡାକ୍ତରମାନେ ପ୍ରତିବାଦରେ ସାମିଲ ହୋଇଛନ୍ତି । ୧୦ଦଫା ଦାବି ନେଇ ଡାକ୍ତରମାନେ ଘଣ୍ଟାଏ ଓପିଡି ବନ୍ଦ କରି ପ୍ରତିବାଦ ଜଣାଉଛନ୍ତି । ଆଜି ମଧ୍ୟ ୧ ଘଣ୍ଟା ଓପିଡି ବନ୍ଦ ରହିବ। ପଦୋନ୍ନତି, କାର୍ଯ୍ୟକ୍ଷେତ୍ରରେ ସୁରକ୍ଷା, ମୂଳ ଦରମା ବୃଦ୍ଧି, ଖାଲିଥିବା ଡାକ୍ତରୀ ପଦବି ପୂରଣ ଭଳି ଦାବି ନେଇ ଓମ୍‌ସା ପକ୍ଷରୁ ଆନ୍ଦୋଳନ କରାଯାଉଛି ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+