ବିଦ୍ୟୁତ୍ ସଂଯୋଗ ପାଇଁ ଟ୍ରାନ୍ସଫରମର ଖୁଣ୍ଟିରେ ଚଢ଼ିଥିବା ବେଳେ ଚାଲିଗଲା ଜୀବନ
ବିଦ୍ୟୁତ ସଂଯୋଗ ପାଇଁ ଟ୍ରାନ୍ସଫରମରକୁ ଚଢ଼ିଥିବା ବେଳେ ଚାଲିଗଲା ଯୁବକଙ୍କ ଜୀବନ।
ଅନୁଗୋଳ: ବିଦ୍ୟୁତ ସଂଯୋଗ ପାଇଁ ଟ୍ରାନ୍ସଫରମରକୁ ଚଢ଼ିଥିବା ବେଳେ ଚାଲିଗଲା ଯୁବକଙ୍କ ଜୀବନ। ଶୁକ୍ରବାର ଅନୁଗୋଳ ସଦର ଥାନା ମୂଷାପାପୁଲି ଗାଁରେ ଘଟିଛି ଏହି ଅଘଟଣ । ମୃତକ ହେଲେ ଗାଁ'ର ଧୀର ସାହୁ।

ସୂଚନା ମୁତାବକ ନିଜର ବିଦ୍ୟୁତ ସଂଯୋଗ ନ ଥିବାଯୋଗୁଁ ସେ କନେକ୍ସନ ପାଇଁ ଟ୍ରାନ୍ସଫର୍ମରରେ ଚଢ଼ି ମରାମତି କରୁଥିଲେ। ଏହି ସମୟରେ ସେ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ ଓ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ଗାଁ ଲୋକେ ଘଟଣା ସ୍ଥଳରେ ପହଞ୍ଚିବା ସହ ଏ ସଂପର୍କରେ ବିଦ୍ୟୁତ୍ ବିଭାଗ ଓ ପୁଲିସକୁ ଜଣାଇ ଥିଲେ। ବିଦ୍ୟୁତ ବିଭାଗ ଅଧିକାରୀ ଓ ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।












Click it and Unblock the Notifications