ଅଂଶୁଘାତରେ ଚାଲିଗଲା ଜଣଙ୍କ ଜୀବନ

ଜଳୁଛି ସାରା ରାଜ୍ୟ, ଉପାନ୍ତରୁ ଉପକୂଳ କଲବଲ କରୁଛି ତାତି । ୧୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣି, ୬ ଜିଲ୍ଲାକୁ ସିଭିୟର ହିଟ୍ ୱେଭ ଆଲର୍ଟ ଜାରି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସହ ଅସହ୍ୟ ତାତିରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ । ସକାଳ ୮ଟା ପରେ ଘରକୁ ବାହାରିବା କଷ୍ଟକର ହୋଇପଡ଼ୁଛି । ଆଜି ଦିନ ସାଢ଼େ ୨ଟା ସୁଦ୍ଧା ରେକର୍ଡ କରାଯାଇଥିବା ତାପମାତ୍ରା ଅନୁଯାୟୀ, ସୁନ୍ଦରଗଡ଼ ସବୁଠୁ ଉତ୍ତପ୍ତ ସହର । ଏଠାରେ ତାପମାତ୍ରା ରହିଛି ୪୩.୮ ଡିଗ୍ରି ସେଲସିଅସ୍ ।

ଆଉ ଏଭଳି ସମୟରେ ଏକ ବଡ଼ ସାମ୍ନାକୁ ଆସିଛି । ରାଜ୍ୟରେ ଅଂଶୁଘାତରେ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା । ବାଲେଶ୍ୱରର ଜଣେ ବ୍ୟକ୍ତିଙ୍କର ଅଂଶୁଘାତରେ ମ୍ୟତ୍ୟୁ ହୋଇଛି । ଏନେଇ ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର । ତେବେ ବର୍ତମାନ ସୁଦ୍ଧା ଅଂଶୁଘାତ ଓ ଗ୍ରୀଷ୍ମ ପ୍ରବାହ ଜନିତ ଅସୁସ୍ଥତାରେ ପୀଡ଼ିତ ହୋଇ ୭୧ଜଣ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୩୫ଜଣ ଆକ୍ରାନ୍ତ ହୋଇଥିବା ବେଳେ ମୟୂରଭଂଜ ଓ ଅନୁଗୁଳରୁ ୭ଜଣ ଲେଖାଏଁ ଅଂଶୁଘାତ ଜନିତ ସମସ୍ୟା ନେଇ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି ।

one dead in sunstroke

ତେବେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ପୂର୍ବରୁ ସମସ୍ତ ପ୍ରସ୍ତୁତି କରାଯାଇଥିଲା । ସମସ୍ତ ହସ୍ପିଟାଲରେ ଆବଶ୍ୟକୀୟ ଔଷଧ ଓ ଓଉଟ ବେଡ୍ ରଖିବାକୁ କୁହାଯାଇଥିଲା ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ସେହିପରି ଅତି ଆବଶ୍ୟକ ନ ପଡ଼ିଲେ ବୟସ୍କ, ବିଭିନ୍ନ ରୋଗରେ ଆକ୍ରାନ୍ତ ବ୍ୟକ୍ତି ଓ ଗର୍ଭବତୀ ମହିଳାମାନେ ଖରାରେ ନ ବହାରିବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର ନିରଞ୍ଜନ ମିଶ୍ର । ଯଦି ଖରାକୁ ବାହାରୁଛନ୍ତି ତେବେ ସାଙ୍ଗରେ ଛତା, ପାଣି ବୋତଲ ଆଦି ନେଇ ଯାଆନ୍ତୁ ଏବଂ ମୁଣ୍ଡରେ ଓଦା କପଡ଼ା ଦିଅନ୍ତୁ ବୋଲି ସେ କହିଛନ୍ତି ।

୍ଠ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+