ସମୁଦ୍ରରେ ବୁଡ଼ି ଗଲା ଜୀବନ, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପୁରୀ ବୁଲିବାକୁ ଆସିଥିଲେ
ପୁରୀ: ସମୁଦ୍ରରେ ଗାଧୋଇବା ବେଳେ ଅଘଟଣ। ସମୁଦ୍ରରେ ବୁଡ଼ି ପର୍ଯ୍ୟଟକଙ୍କ ଗଲା ଜୀବନ । ପୁରୀ ସମୁଦ୍ରରେ ଏହି ଅଘଟଣ ଘଟିଛି । ନିଜ ସାଥି ମାନଙ୍କ ସହ ଗାଧୋଉ ଥିବା ବେଳେ ଏହି ଅଘଟଣ ଘଟିଛି। ଫଳରେ ଶୋକର ଛାୟା ଖେଳି ଯାଇଛି ।
ସମୁଦ୍ରରେ ଗାଧୋଇବା ବେଳେ ବୁଡ଼ିଯାଇ ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି । ଝାଡ଼ଖଣ୍ଡର ରାଞ୍ଚି ଅଞ୍ଚଳର ବିଶାଳ ଓରାମଙ୍କ ମୃତ୍ୟୁ ଘଟିଛି । ତାଙ୍କ ପରିବାରରେ ବର୍ତ୍ତମାନ ଶୋକାକୁଳ ପରିସ୍ଥିତି । ଏନେଇ ସମୁଦ୍ରକୂଳ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ପୋଲିସ ।
ସୂଚନା ଅନୁସାରେ, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ୨୧ ଜଣିଆ ଦଳରେ ସେ ପୁରୀ ବୁଲିବାକୁ ଆସିଥିଲେ ବିଶାଳ ଓରାମ । ସମସ୍ତେ ଚକ୍ରତୀର୍ଥ ଅଞ୍ଚଳରେ ଏକ ହୋଟେଲରେ ରହୁଥିଲେ ।

ଆଜି ଅପରାହ୍ନରେ ସମସ୍ତେ ଶଙ୍କର ଇଣ୍ଟରନ୍ୟାସନାଲ ନିକଟ ବେଳାଭୂମିକୁ ଯାଇଥିଲେ । ଆଉ ମିଶିକି ଗାଧୋଉଥିଲେ । ତେବେ ସମୁଦ୍ରରେ ଗାଧୋଇବା ବେଳେ ଯୁବକ ଜଣକ ହଠାତ ସମୁଦ୍ରକୁ ଭାସି ଯାଇଥିଲେ । ଏହା ପରେ ତୁରନ୍ତ ୧୧୨ ନମ୍ବରରେ ଯୋଗାଯୋଗ କରି ଖବର ଦେଇଥିଲେ ।
ଏହା ପରେ ଘଟଣାସ୍ଥଳରେ ଲାଇଫଗାର୍ଡ଼ ଓ ଅଗ୍ନିଶମ ବାହିନୀ ପହଞ୍ଚି ରେସ୍କ୍ୟୁ ଅପରେସନ ଆରମ୍ଭ କରିଥିଲେ । ପରେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ତେବେ ପୋଲିସ ତାହାର ତଦନ୍ତ ଜାରି ରଖିଛି ।












Click it and Unblock the Notifications