ମହୁମାଛି ଆକ୍ରମଣରେ ଚାଲିଗଲା ଜଣକ ଜୀବନ, ୨ ଗୁରୁତର
ମୃତ୍ୟୁ କେତେବେଳେ ଓ କେମିତି ଆସିବ, ତାହା କେହି ଜାଣି ନଥାନ୍ତି। ସୁନ୍ଦରଗଡ଼ ଜିଲ୍ଲାରେ ଜଣେ ମହିଳାଙ୍କ ସମେତ ଜଣେ ଯୁବକ ମନ୍ଦିର ଯାଉଥିବା ବେଳେ ବାଘୁଆ ମହୁମାଛି ଆକ୍ରମଣର ଶିକାର ହୋଇଛନ୍ତି। ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ଯୁବକ ଜଣକ ଗୁରୁତର ଅଛନ୍ତି। ତାଙ୍କର ଚିକିତ୍ସା ଜାରି ରହିଛି।'
ସୂଚନା ଅନୁସାରେ ଆଜି ଶିବରାତ୍ରୀ ଥିବାବେଳେ ମହିଳା ଜଣେ ଯୁବକଙ୍କ ସହ ବାଇକରେ ପାଖ ମନ୍ଦିରକୁ ଯାଉଥିଲେ। ଏହି ସମୟରେ ନିକଟ ଜଙ୍ଗଲକୁ ଯାଇଥିବା ଜଣେ କାଠୁରିଆଙ୍କୁ ହଠାତ ବାଘୁଆ ମହୁମାଛି ଆକ୍ରମଣ କରିଥିଲା। ଏହା ପରେ ପରେ ଉତକ୍ଷିପ୍ତ ମହୁମାଛିପଲ ଗାଁ ଆଡ଼କୁ ମାଡି ଆସିଥିଲେ। ହାବୁଡ଼ରେ ପଡ଼ିଥିଲେ ବାଇକରେ ଯାଉଥିବା ମହିଳା ଓ ଯୁବକ ।

ମହୁମାଛି ଆକ୍ରମଣ କରିବାରୁ ଯୁବକ ଓ ମହିଳା ଭାରସାମ୍ଯ ହରାଇ ବାଇକ ସହ ଗଛରେ ପିଟି ହୋଇ ତଳେ ପଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ତିନି ଜଣଙ୍କୁ ଉଦ୍ଧାର କରି ସୁନ୍ଦରଗଡ଼ ଜିଲ୍ଲା ମୁଖ୍ଯ ଡାକ୍ତରଖାନାକୁ ପଠାଇଥିଲେ। ଏଠାରେ ଡାକ୍ତର ମହିଳାଙ୍କୁ ମୃତ ଘୋଷଣା କରିଥିବାବେଳେ ଦୁଇ ଗୁରୁତରଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଏହି ଅପ୍ରୀତିକର ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।












Click it and Unblock the Notifications