ଆମ ବସ୍‌’ ଧକ୍କାରେ ଜଣେ ମୃତ; ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା, ବୁଝାସୁଝା କରୁଛି ପୋଲିସ୍

ପୁଣି ଜୀବନ ନେଲା ଆମ ବସ୍ । ଭୁବନେଶ୍ୱର ରୂପାଲି ଛକରେ ଭୟଙ୍କର ସଡ଼କ ଦୁର୍ଘଟଣା । ଆମ ବସ୍ ଧକ୍କାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କିଛି ଲୋକ ଆହତ ହୋଇଥିବାର ସୂଚନା ମିଳିଛି । ତୁରନ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

Aam Bus

ଶନିବାର ଦିନ ସକାଳ ସମୟରେ ରୂପାଲି ଛକରେ ଘଟିଛି ଭୟଙ୍କର ଦୁର୍ଘଟଣା । ରୁଟ୍‌ ନମ୍ବର ୩୨ରେ ଯାଉଥିବା 'ଆମ ବସ୍‌'ଟି ରୂପାଲି ଛକରେ ଏକ ଅଟୋକୁ ଜୋରଦାର ଧକ୍କା ଦେଇଥିଲା । ଯାହାଫଳରେ ଅଟୋଟି ଭାରସାମ୍ୟ ହରାଇ ଆଗରେ ଥିବା ଏକ ସ୍କୁଲ ବସ୍‌କୁ ପିଟି ଥିଲା । ଏହି ଦୁର୍ଘଟଣା ୨ ଜଣଙ୍କର ମୃତ୍ୟୁ ହୋଇଥିବା ଜଣେ ଆହତ ହୋଇଥିବା ଜଣାପଡିଛି । ତେବେ ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା । ଉତ୍ୟକ୍ତ ଲୋକେ ରାସ୍ତାରୋକ କରିବା ସହ ଦୁର୍ଘଟଣାଗ୍ରସ୍ତ ବସ୍‌କୁ ଭାଙ୍ଗି ଦେଇଛନ୍ତି । ଏହାସହିତ ଡ୍ରାଇଭରଙ୍କୁ ମାରପିଟ୍‌ କରିଥିବା ଖବର ମଧ୍ୟ ମିଳୁଛି । ସେପଟେ ଦୁର୍ଘଟଣା ସଂପର୍କରେ ଖବର ପାଇ କମିଶନରେଟ୍‌ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ରାସ୍ତା ଅବରୋଧକୁ ହଟାଇବା ପାଇଁ ଉଦ୍ୟମ କରୁଛି । କିନ୍ତୁ ଲୋକମାନେ ନିଜ ଜିଦ୍‌ରେ ଅଟଳ ରହିଛନ୍ତି । ଅନ୍ୟପଟେ ଦୁର୍ଘଟଣା ପରେ ଘଟଣାସ୍ଥଳରୁ ବସ୍‌ ଡ୍ରାଇଭର ଚାବି ନେଇ ଚମ୍ପଟ ମାରିଛନ୍ତି ।

ସୂଚନାଯୋଗ୍ୟ ଯେ, ୨୦୧୯ ମସିହାରେ ଟ୍ୱିନ୍‌ ସିଟିର ବାସିନ୍ଦାଙ୍କ ଗମନାଗମନ ପାଇଁ ରାଜ୍ୟ ସରକାର ଆରମ୍ଭ କରିଥିଲେ ମୋ ବସ୍‌ ସେବା । ଇତିମଧ୍ୟରେ ମୋ ବସ୍‌ ସେବାକୁ ୫ବର୍ଷରୁ ଅଧିକ ସମୟ ବିତିଗଲାଣି । ସହର ମଧ୍ୟରେ ମୋ ବସ୍‌ର ଗତି ୪୦ କିମି ରଖିବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ । ହେଲେ ସମୟ ସମୟରେ ରାଜଧାନୀରେ ଗଡୁଥିବା ଏହି ବସ୍‌ ଅଧିକ ଗତିରେ ଗଡିଥାଏ । ଯାହାଫଳରେ ଅନେକ ଥର ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ବର୍ତ୍ତମାନ ଯାଏଁ ଏହି ବସ୍‌ ଦୁର୍ଘଟଣାରେ ୧୬ ଜଣଙ୍କୁ ଅଧିକ ଲୋକଙ୍କ ଜୀବନ ଚାଲିଗଲାଣି । ଏପିରିକି ଗତ ୮ ମାସରେ ଏକ ରିପୋର୍ଟକୁ ଯଦି ଦେଖିବା, ତେବେ ୬ରୁ ଅଧିକ ଜୀବନ ଆମ ବସ୍‌ର ଦୁର୍ଘଟଣାର ଯାଇଛି । ତେବେ ଗତ ୨୦୨୪ ମସିହାରେ ରାଜ୍ୟ ସରକାର ମୋ ବସ୍‌କୁ ପରିବର୍ତ୍ତନ କରି ଆମ ବସ୍‌ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+