For Quick Alerts
Turn On Notification  
For Daily Alerts
Oneindia App Download

ମାତ୍ର ୮୦୦ ଟଙ୍କା ଉଧାରି ପାଇଁ ନେଇଗଲେ ଜୀବନ

ମାତ୍ର ୮୦୦ ଟଙ୍କା ଉଧାରି ପାଇଁ ଜୀବନ ନେଇଗଲେ ଜଣେ ଯୁବକ । ଘଟଣା ଘଟିଛି ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ଆଳୋଇ ଗ୍ରାମରେ । ମହିଳା ମଣ୍ଡଳର ଉଧାର ଟଙ୍କାକୁ ନେଇ ଏଭଳି ଘଟଣା ଘଟିଛି ।

|

ଭୁବନେଶ୍ବର: ମାତ୍ର ୮୦୦ ଟଙ୍କା ଉଧାରି ପାଇଁ ଜୀବନ ନେଇଗଲେ ଜଣେ ଯୁବକ । ଘଟଣା ଘଟିଛି ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ଆଳୋଇ ଗ୍ରାମରେ । ମହିଳା ମଣ୍ଡଳର ଉଧାର ଟଙ୍କାକୁ ନେଇ ଏଭଳି ଘଟଣା ଘଟିଛି । ମହିଳା ମଣ୍ଡଳର ସଭାନେତ୍ରୀଙ୍କ ପୁଅଙ୍କ ମାଡରେ ଜଣେ ବ୍ୟକ୍ତିଙ୍କର ଜୀବନ ଚାଲିଯାଇଛି ।

Bhubaneswar

ମିଳିଥିବା ସୂଚନାଅନୁସାରେ, ଆଳୋଇ ଗ୍ରାମର ଗଣେଶ ସାହୁଙ୍କ ସ୍ତ୍ରୀ କବିତା ସାହୁ ମହିଳା ମଣ୍ଡଳରୁ ୮୦୦ ଟଙ୍କା ଋଣ ଆଣିଥିଲେ । ଋଣ ଟଙ୍କା ସୁଝିବାକୁ ସମୟ ନେଇଥିଲେ କବିତା । ମାତ୍ର ଗତ ସୋମବାର ଦିନ ମହିଳା ମଣ୍ଡଳର ସଭାନେତ୍ରୀ ରଶି ସାହୁ ଏହି ଋଣ ଟଙ୍କା କବିତାଙ୍କୁ ମାଗିଥିଲେ । ଏହି ଘଟଣାରେ ସଭାନେତ୍ରୀଙ୍କ ପୁଅ ଦୀପକ ସାହୁ ହସ୍ତକ୍ଷେପ କରିବାରୁ କବିତାଙ୍କ ସ୍ବାମୀ ଗଣେଶ ଏହାକୁ ବିରୋଧ କରିଥିଲେ । ଏଥିରେ ଦୀପକ ଉତ୍‌କ୍ଷିପ୍ତ ହୋଇ ଗଣେଶଙ୍କୁ ରାସ୍ତାରେ କଚାଡି ଦେଇଥିଲେ । ଏଥିରେ ଗଣେଶଙ୍କ ମୁଣ୍ଡ ପଛପଟେ ଗଭୀର ଆଘାତ ଲାଗିଥିଲା ।

ଗୁରୁବାର ଦିନ ଗଣେଶଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହେବାପରେ ପରିବାର ଲୋକ ତାଙ୍କୁ ପୁନର୍ବାର ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ମୃତ ହୋଇଛି । ଗଣେଶଙ୍କ ମୃତ୍ୟୁ ପରେ ବାଲିପାଟଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପରିବାର ଲୋକ । ପୋଲିସ ଗଣେଶଙ୍କର ମୃତଦେହ ବ୍ୟବଚ୍ଛେଦ କରିବା ପାଇଁ କ୍ୟାପିଟାଲ୍ ହସ୍ପିଟାଲ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ଏହା ସହ ଦୀପକ ସାହୁକୁ ଅଟକ ରଖିଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
One Dead for 800 Rupees rent at Bhubaneswar Balipatna
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X