ମାତ୍ର ୮୦୦ ଟଙ୍କା ଉଧାରି ପାଇଁ ନେଇଗଲେ ଜୀବନ
ମାତ୍ର ୮୦୦ ଟଙ୍କା ଉଧାରି ପାଇଁ ଜୀବନ ନେଇଗଲେ ଜଣେ ଯୁବକ । ଘଟଣା ଘଟିଛି ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ଆଳୋଇ ଗ୍ରାମରେ । ମହିଳା ମଣ୍ଡଳର ଉଧାର ଟଙ୍କାକୁ ନେଇ ଏଭଳି ଘଟଣା ଘଟିଛି ।
ଭୁବନେଶ୍ବର: ମାତ୍ର ୮୦୦ ଟଙ୍କା ଉଧାରି ପାଇଁ ଜୀବନ ନେଇଗଲେ ଜଣେ ଯୁବକ । ଘଟଣା ଘଟିଛି ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ଆଳୋଇ ଗ୍ରାମରେ । ମହିଳା ମଣ୍ଡଳର ଉଧାର ଟଙ୍କାକୁ ନେଇ ଏଭଳି ଘଟଣା ଘଟିଛି । ମହିଳା ମଣ୍ଡଳର ସଭାନେତ୍ରୀଙ୍କ ପୁଅଙ୍କ ମାଡରେ ଜଣେ ବ୍ୟକ୍ତିଙ୍କର ଜୀବନ ଚାଲିଯାଇଛି ।

ମିଳିଥିବା ସୂଚନାଅନୁସାରେ, ଆଳୋଇ ଗ୍ରାମର ଗଣେଶ ସାହୁଙ୍କ ସ୍ତ୍ରୀ କବିତା ସାହୁ ମହିଳା ମଣ୍ଡଳରୁ ୮୦୦ ଟଙ୍କା ଋଣ ଆଣିଥିଲେ । ଋଣ ଟଙ୍କା ସୁଝିବାକୁ ସମୟ ନେଇଥିଲେ କବିତା । ମାତ୍ର ଗତ ସୋମବାର ଦିନ ମହିଳା ମଣ୍ଡଳର ସଭାନେତ୍ରୀ ରଶି ସାହୁ ଏହି ଋଣ ଟଙ୍କା କବିତାଙ୍କୁ ମାଗିଥିଲେ । ଏହି ଘଟଣାରେ ସଭାନେତ୍ରୀଙ୍କ ପୁଅ ଦୀପକ ସାହୁ ହସ୍ତକ୍ଷେପ କରିବାରୁ କବିତାଙ୍କ ସ୍ବାମୀ ଗଣେଶ ଏହାକୁ ବିରୋଧ କରିଥିଲେ । ଏଥିରେ ଦୀପକ ଉତ୍କ୍ଷିପ୍ତ ହୋଇ ଗଣେଶଙ୍କୁ ରାସ୍ତାରେ କଚାଡି ଦେଇଥିଲେ । ଏଥିରେ ଗଣେଶଙ୍କ ମୁଣ୍ଡ ପଛପଟେ ଗଭୀର ଆଘାତ ଲାଗିଥିଲା ।
ଗୁରୁବାର ଦିନ ଗଣେଶଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହେବାପରେ ପରିବାର ଲୋକ ତାଙ୍କୁ ପୁନର୍ବାର ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ମୃତ ହୋଇଛି । ଗଣେଶଙ୍କ ମୃତ୍ୟୁ ପରେ ବାଲିପାଟଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପରିବାର ଲୋକ । ପୋଲିସ ଗଣେଶଙ୍କର ମୃତଦେହ ବ୍ୟବଚ୍ଛେଦ କରିବା ପାଇଁ କ୍ୟାପିଟାଲ୍ ହସ୍ପିଟାଲ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ଏହା ସହ ଦୀପକ ସାହୁକୁ ଅଟକ ରଖିଛି ।
-
ପୁଣି ଥରେ ଚର୍ଚ୍ଚାରେ ମହାକୁମ୍ଭ ଭାଇରାଲ ଗର୍ଲ ମୋନାଲିସା -
ସୁନାମିରେ ଛାରଖାର୍ ହୋଇଯିବ ଜାପାନ, ଭୟରେ ଥରିଲେଣି ଲୋକେ -
ହର୍ମୁଜ୍ ପ୍ରଣାଳୀ ପାର ହୋଇ ମୁମ୍ବାଇ ପହଞ୍ଚିଲା ପ୍ରଥମ ଭାରତୀୟ ତୈଳ ଟ୍ୟାଙ୍କର୍ -
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଜ୍ଞାନେଶ କୁମାରଙ୍କ ବିରୋଧ: ମହାଭିଯୋଗ ପ୍ରସ୍ତାବରେ କଲେ ସ୍ୱାକ୍ଷର ୧୮୦ ସାଂସଦ -
ଗୁଳିମାଡ଼ରୁ ଅଳ୍ପକେ ବର୍ତ୍ତିଲେ ଜମ୍ମୁ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଳା, ଅଭିଯୁକ୍ତ ଗିରଫ -
ଅମାନିଆ ଗାଡ଼ି ଚାଳକ ସାବଧାନ, ମାର୍ଚ୍ଚ ୨୧ରୁ ଆରମ୍ଭ ହେବ ସ୍ୱତନ୍ତ୍ର ଅଭିଯାନ -
ଅନାସ୍ଥା ଖାରଜ ପରେ ସଂସଦକୁ ସମ୍ବୋଧିତ କଲେ ଓମ୍ ବିର୍ଲା,କହିଲେ ସଂସଦଠାରୁ ଉପରେ ନୁହଁନ୍ତି ବିରୋଧି ଦଳର ନେତା-ପ୍ରଧାନମନ୍ତ୍ରୀ -
IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର, ୫ IASଙ୍କୁ ଉପଜିଲ୍ଲାପାଳ ନିଯୁକ୍ତି -
ବଡ଼ ଆଶ୍ବସ୍ତି, ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ ଦେଇ ଯିବାକୁ ଭାରତ ଜାହାଜକୁ ଅନୁମତି -
ଗ୍ୟାସ ସଙ୍କଟ ଆତଙ୍କ; ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ କହିଲେ ଗୁଜବରେ ବିଶ୍ୱାସ କର ନାହିଁ -
ଆସନ୍ତାକାଲି ଦୁଇଦିନିଆ ଗସ୍ତରେ ଆସାମ ଯିବେ ପ୍ରଧାନମନ୍ତ୍ରୀ,ପିଏମ୍ କିଶାନ ଯୋଜନାରେ ୧୮.୬୪୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା....











Click it and Unblock the Notifications