ବାତ୍ୟା ୟଶ ନେଲା ପ୍ରଥମ ଜୀବନ, ଗଛ ପଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ

ଚାଲି ଚାଲି ଯାଉଥିବା ବେଳେ ଗଛ ପଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ପଞ୍ଚପଲ୍ଲୀ ଗାଁର ଘଟଣା ।

ଆନନ୍ଦପୁର: ପ୍ରଥମ ଶିକାର କଲା ବାତ୍ୟା ୟଶ । ଲ୍ୟାଣ୍ଡଫଲ ପୂର୍ବରୁ ତାଣ୍ଡବ ରଚୁଥିବା ବେଳେ ନେଇସାରିଲାଣି ଜଣଙ୍କ ଜୀବନ । ଚାଲି ଚାଲି ଯାଉଥିବା ବେଳେ ଗଛ ପଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ପଞ୍ଚପଲ୍ଲୀ ଗାଁର ଘଟଣା ।

Cyclone yaas

ନୂଆଗାଁ ପୂର୍ଣ୍ଣଚନ୍ଦ୍ର ନାୟକ ଆଜି ସକାଳେ ଚାଲି ଚାଲି ନିକଟସ୍ଥ ମଠକୁ ଯାଉଥିଲେ। ହଠାତ୍‌ ଗୋଟିଏ ଗଛ ଭାଙ୍ଗି ତାଙ୍କ ଉପରେ ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି।

ଅତି ଭୀଷଣ ସାମୁଦ୍ରିକ ଝଡ ବାତ୍ୟା ୟାସ୍ ଏବେ 12 କିମି ବେଗରେ ସ୍ଥଳଭାଗକୁ ମାଡି ଆସୁଛି । ଗତକାଲି ରାତିରେ ଏହାର ଗତି ଥିଲା 16 କିମି । ଫଳରେ ଏବେ ଭୋର 5.30 ବଦଳରେ ସକାଳ 10ଟାରୁ 11ଟା ମଧ୍ୟରେ ଲ୍ୟାଣ୍ଡଫଲ କରିବ ବାତ୍ୟା । ଏନେଇ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ।

ଅତି ଭୀଷଣ ସାମୁଦ୍ରିକ ଝଡ ବାତ୍ୟା ୟାସ୍ ଏବେ 12 କିମି ବେଗରେ ସ୍ଥଳଭାଗକୁ ମାଡି ଆସୁଛି । ଗତକାଲି ରାତିରେ ଏହାର ଗତି ଥିଲା 16 କିମି । ଫଳରେ ଏବେ ଭୋର 5.30 ବଦଳରେ ସକାଳ 11ଟାରୁ ଦିନ ଗୋଟାଏ ମଧ୍ୟରେ ଲ୍ୟାଣ୍ଡଫଲ କରିବ ବାତ୍ୟା । ଏନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଏବେ ଏହା ଧାମରାଠାରୁ 40କି.ମି ଓ ବାଲେଶ୍ୱରଠାରୁ ୯୦ କି.ମି ଦୂରରେ ରହିଛି। ଏହାପ ପ୍ରଭାବ ବିଶେଷ ଭାବେ ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଜିଲ୍ଲା ଉପରେ ପଡ଼ିବ। ଗତକାଲି ରାତିରୁ ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ବହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+