ଦେବୀ ନଦୀରେ ବୁଡ଼ି ଜଣେ ମୃତ, ୨ ନିଖୋଜ

ଜଗତସିଂହପୁର: ଦେବୀ ନଦୀରେ ଗାଧୋଇବା ବେଳେ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ବର୍ତ୍ତମାନ ୨ ଜଣ ନିଖୋଜ ଅଛନ୍ତି । ଏପରି ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ମାଛଗାଁରେ । ୩ ସାଙ୍ଗ ନଦୀକୁ ଗୋଧୋଇ ଯିବା ସମୟରେ ଘଟିଥିଲା ଅଘଟଣ । ମୃତକ ଜଣକ ହେଲେ ଆମ୍ବଶାଳ ଗାଁର କ୍ଷୀରୋଦ ବାରିକଙ୍କ ପୁଅ ବବୁଲ ଓରଫ ସତ୍ୟଜିତ ବାରିକ । ସେପଟେ ଅନ୍ୟ ଦୁଇ ଜଣଙ୍କୁ ଖୋଜିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରଖିଛି ଅଗ୍ନିଶମ ବାହିନୀ ।
ସୂଚନାଅନୁସାରେ, ଆଜି ୪ ଜଣ ସାଙ୍ଗ ନଦୀକୁ ଗୋଧୋଇ ଯିବା ସମୟରେ ୩ ଜଣ ନଦୀ ସ୍ରୋତରେ ଭାସି ଯାଇଥିଲେ ଏବଂ ଜଣେ କୂଳକୁ ସୁରକ୍ଷିତ ପଳାଇ ଆସିଥିଲେ । ୩ ଜଣ ଛାତ୍ରଙ୍କ ମଧ୍ୟରୁ ୨ ଜଣଙ୍କ ଘର ଭୁବନେଶ୍ୱରେ ହୋଇଥିବା ବେଳେ ଜଣଙ୍କ ଘର ଆମ୍ବଶାଳ ବାଲିକୁଦା ଅଞ୍ଚଳରେ ବୋଲି ସୂଚନା ରହିଛି ।
ନିଖୋଜ ଛାତ୍ର ଭୁବନେଶ୍ୱର ଯୁକ୍ତ ଦୁଇର ଛାତ୍ର । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ନିଖୋଜଙ୍କ ମଧ୍ୟରୁ ଜଣଙ୍କର ମୃତ ଦେହ ଉଦ୍ଧାର କରାଯାଇଛି । ବାଲିକୁଦା ଡାକ୍ତରଖାନାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ସେହିପରି ବର୍ତ୍ତମାନ ଅନ୍ୟ ଦୁଇ ଜଣଙ୍କୁ ଖୋଜା ଜାରି ରହିଛି ।












Click it and Unblock the Notifications