ବଜ୍ରପାତରେ ବୋହୂ ମୃତ, ଶାଶୁ ଗୁରୁତର

ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ବଡବାସିନୀ ଗ୍ରାମ ଠାରେ ବଜ୍ରପାତରେ ଜଣେ ମହିଳା ମୃତ୍ୟୁ ବରଣ କରିଛନ୍ତି। ମୃତ ମହିଳା ଜଣକ ହେଲେ କୁନ୍ତୀ ହରିଜନ। ମହିଳାଙ୍କ ଶାଶୁ ମତି ହରିଜନ ଗୁରତର ଆହତ ହୋଇ ଉମରକୋଟ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି।ତେବେ ଗୁରୁବାର ଉଭୟେ ନିଜ ଧାନ ଜମିରେ ଘାସ ବାଛିବାକୁ ଯାଇଥିବା ବେଳେ ଦିନ ଗୋଟାଏ ବେଳକୁ ବଜ୍ରପାତ ହୋଇଥିଲା ।

lightning

ବଜ୍ରପାତରେ ବୋହୂର ମୃତ୍ୟୁ ହୋଇଥିବା ବେଳେ ଶାଶୁ ଗୁରୁତର ହେଇଛନ୍ତି । ଉମରକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଶବ ବ୍ୟବଚ୍ଛେଦ କରିବାକୁ ପଠାଇଛନ୍ତି ।

ଅନ୍ୟପଟେ ବଜ୍ରପାତ ମୃତ୍ୟୁରେ ଓଡ଼ିଶା ଦେଶରେ ସବୁଠୁ ଆଗରେ। ଗତ ୫ ବର୍ଷରେ ରାଜ୍ୟରେ ୧୧୦୩ ଜଣଙ୍କର ବଜ୍ରପାତରେ ମୃତ୍ୟୁ ହୋଇଛି। ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ଉତ୍ତର ରଖି ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀ ଏହା କହିଛନ୍ତି। ସୁନ୍ଦରଗଡ଼, କେନ୍ଦୁଝର ଓ ବାଲେଶ୍ବରରେ ବଜ୍ରପାତ ମୃତ୍ୟୁ ଅନ୍ୟ ଜିଲ୍ଲା ଠାରୁ ଅଧିକ ରହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+