For Quick Alerts
Turn On Notification  
For Daily Alerts
Oneindia App Download

ଏସସିବିରେ ପ୍ରଥମଥର ! କାଜୁଆଲଟିରେ ଡାକ୍ତର ଅନୁପସ୍ଥିତ ଥିଲେ ବୋଲି ନିଆଗଲା ଏଭଳି କାର୍ଯ୍ୟାନୁଷ୍ଠାନ

କାଜୁଆଲଟିରେ ଡ୍ୟୁଟିରେ ନଥିବା ଏହି ତିନି ଜଣ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ଏସସିବି କର୍ତ୍ତୃପକ୍ଷ । ସେମାନଙ୍କର ଗୋଟିଏ ଦିନର ଦରମା ବନ୍ଦ କରି ଦିଆଯାଇଛି

|

କଟକ । ଏସସିବି ମେଡିକାଲ କଲେଜ୍ ଓ ହସ୍ପିଟାଲକୁ ବିଶ୍ୱସ୍ତରୀୟ କରାଯିବା ନେଇ ରାଜ୍ୟ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ମେଡିକାଲ ପରିସରକୁ ସମ୍ପ୍ରସାରଣ କରାଯିବା ସହିତ ଆଖପାଖ ଅଞ୍ଚଳକୁ ଉନ୍ନୟନମୂଳକ କାର୍ଯ୍ୟ ପରିସରଭୁକ୍ତ କରାଯାଉଛି । ଏହା ଭିତରେ ରୋଗୀ ସେବାରେ କିଭଳି ବାଧାପ୍ରାପ୍ତ ନହେବ ସେଥିପାଇଁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଛି । ଅପରପକ୍ଷରେ ଏସସିବି ମେଡିକାଲ କାଜୁଆଲଟିରେ ରୋଗୀ ସେବାର ଅବହେଳାକୁ ନେଇ ଏଠାରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଥିବା ଅନେକ ସମୟରେ ଦେଖା ଦେଉଛି । ପରିସ୍ଥିତି ଏପରି ହୋଇଛି ଯେ ଡାକ୍ତର ଓ ରୋଗୀ ସମ୍ପର୍କୀୟଙ୍କ ମଧ୍ୟରେ ଅନେକ ଥର ମୁହାଁମୁହିଁ ହୋଇଥାନ୍ତି । ଏହି ସବୁ ଦିଗକୁ ଲକ୍ଷ୍ୟରେ ରଖି ଡାକ୍ତରଙ୍କ ଡ୍ୟୁଟିକୁ କଡ଼ାକଡ଼ି କରାଯାଇଛି । ଏଥିପାଇଁ ଏସସିବି ମେଡିକାଲ କଲେଜର ଅଧ୍ୟକ୍ଷ ପ୍ରଫେସର ଡ.ଦତ୍ତେଶ୍ୱର ହୋତାଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇଛି । ତେବେ ଯେଉଁ ଖବର ଏବେ ସାମ୍ନାକୁ ଆସିଛି ତାହା ନିଶ୍ଚୟ ଭାବରେ ଆଶ୍ଚର୍ଯ୍ୟଚକିତ କରି ଦେଲା ଭଳି ।

ଏସସିବି ମେଡିକାଲ

ଏସସିବି ମେଡିକାଲରେ 3 ଜଣ ଡାକ୍ତରଙ୍କ ବିରୋଧରେ ହୋଇଛି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ । କାମରେ ଅବହେଳା ଯୋଗୁ ସେମାନଙ୍କୁ ମିଳିଛି ଦଣ୍ଡ । କାଜୁଆଲଟିରେ ଡ୍ୟୁଟିରେ ନଥିବା ଏହି ତିନି ଜଣ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ଏସସିବି କର୍ତ୍ତୃପକ୍ଷ । ସେମାନଙ୍କର ଗୋଟିଏ ଦିନର ଦରମା ବନ୍ଦ କରି ଦିଆଯାଇଛି । କେବଳ ସେତିକି ନୁହେଁ କାଜୁଆଲଟି ଅଫିସରଙ୍କ ଉକ୍ତ ଡାକ୍ତରଙ୍କ ଅନୁପସ୍ଥିତି ନେଇ ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିବାରୁ ତାଙ୍କ ଦରମା ମଧ୍ୟ ବନ୍ଦ କରାଯାଇଛି । 'ସକାଳ' ଖବରକାଗଜ ପ୍ରକାଶିତ ଖବର ଅନୁସାରେ ଗତ ମଙ୍ଗଳବାର ଗଠନ ହୋଇଥିବା ଟିମ୍ କାଜୁଆଲଟି ପରିଦର୍ଶନରେ ଯାଇଥିଲେ । ସେହି ସମୟରେ 3 ଜଣ ସିନିୟନ ରେସିଡେଣ୍ଟ ଅନୁପସ୍ଥିତ ଥିବା ଜାଣିବାକୁ ପାଇଥିଲେ । ଏମାନଙ୍କର ଡ୍ୟୁଟି କାଜୁଆଲଟିରେ ଥିବା ସତ୍ତ୍ୱେ ଦୀର୍ଘ ସମୟ ହେବ ଏମାନେ ଆସିନାହାନ୍ତି ବୋଲି ଅଭିଯୋଗ ହୋଇଥିଲା । ଏସମ୍ପର୍କରେ କାଜୁଆଲଟି ଅଫିସର ଡାକ୍ତର ଦେବାଶିଷ ବାରିକଙ୍କୁ ପଚରାଉଚରା କରିଥିଲା ଟିମ୍ । ହେଲେ ସେ ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ । ଫଳରେ ଉକ୍ତ ତିନି ଜଣଙ୍କ ସମେତ ଶ୍ରୀ ବାରିକଙ୍କର ଗୋଟିଏ ଦିନର ଦରମା ବନ୍ଦ କରାଯାଇଥିବା ଗଣମାଧ୍ୟମ ତା ରିପୋର୍ଟରେ ଉଲ୍ଲେଖ କରିଛି । ପୂର୍ବରୁ ଏଭଳି ଘଟଣାକୁ ନେଇ କିଛି ଡାକ୍ତରଙ୍କୁ ନୋଟିସ୍ ହୋଇଥିଲା । ହେଲେ ଦରମା ବନ୍ଦ ହେବା ଏସସିବିରେ ପ୍ରଥମଥର ବୋଲି କୁହାଯାଉଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
One Day Salary Deduction of Cuttack SCB Medical College Senior Doctor for Negligence in Duty
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X