ପୁଣି ବିଦ୍ୟୁତ୍ ନେଲା ହାତୀ ଜୀବନ, ତଦନ୍ତ ଆରମ୍ଭ କଲା ବନ ବିଭାଗ
ବିପଦରେ ଗଜରାଜ । ପୁଣି ବିଦ୍ୟୁତ୍ ଆଘାତ ପାଇଁ ହାତୀର ମୃତ୍ୟୁ ଅଭିଯୋଗ । ସମ୍ବଲପୁର ଜିଲ୍ଲା ଧମା ରେଞ୍ଜ୍ ଖସାପାଲିରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଛି । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ଏହାପୂର୍ବରୁ ନଭେମ୍ବର ୧୮ ତାରିଖରେ ରେଢାଖୋଲ ନାକଟିଦେଉଳରେ ୩ ହାତୀ ମୃତ୍ୟୁ ହୋଇଥିଲା । ଏହାପରେ ଆକ୍ସନ୍ ମୋଡ୍କୁ ଆସିଥିଲା ବନ ବିଭାଗ । ପ୍ରାଥମିକ ରିପୋର୍ଟ ଆସିବା କ୍ଷଣି କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରକ୍ରିୟା ଆରମ୍ଭ ହୋଇଥିଲା । କାର୍ୟ୍ୟରେ ଅବହେଳା ପ୍ରଦର୍ଶନ କରିଥିବା ୪ଜଣଙ୍କୁ ଚିହ୍ନଟ କରାଯିବା ସହ ନିଳମ୍ବନ କରାଯାଇଥିଲା । ତିନିଜଣଙ୍କୁ ଗିରଫ କରାଯାଇଥିବା ବେଳେ ଜଣେ ଫେରାର୍ ଥିଲେ ।
ପୁଲିସ ସହାୟତାରେ ବନ ବିଭାଗ ପକ୍ଷରୁ ଅଭିଯୁକ୍ତଙ୍କୁ ଧରିବାକୁ ପ୍ରୟାସ ଜାରି ରହିଥିଲା । ଡିଏଫ୍ଓ ଓ ରେଞ୍ଜ ଅଫିସରଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନେବାକୁ ବନ ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କୁ ସୁପାରିଶ କରାଯାଇଥିଲା । ଆରସିସିଏଫଙ୍କ ତଦନ୍ତ ରିପୋର୍ଟ ଆଧାରରେ କାର୍ୟ୍ୟାନୁଷ୍ଠାନ ହେଉଥିବା ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।












Click it and Unblock the Notifications