ତେଜିଲା ମନୋଜ ମିଶ୍ର ଓ ବବି ଇସଲାମଙ୍କ କଳି, ଡିସିପି ଅଫିସ ଆଗରେ ହାତାହାତି

ତେଜିଲା ମନୋଜ ମିଶ୍ର ଓ ବବି ଇସଲାମ କଳି, ଡିସିପି ଅଫିସରେ ହାତାହାତି ହେଲେ ଦୁଇ ଅଭିନେତା । ପୋଲିସ ଉପସ୍ଥିତିରେ ଡିସିପି ଅଫିସ୍ ସମ୍ମୁଖରେ ହାତ ହାତୀ ହେଉଥିବାର ଦୃଶ୍ୟ ଏବେ ଭାଇରାଲ ହେଉଛି । ତେବେ କଳିରେ ସାମିଲ ହେଲେ ଓଲିଉଡ ଇଣ୍ଡଷ୍ଟ୍ରିର ଅନ୍ୟ ଅଭିନେତା, ନିର୍ଦ୍ଦେଶକ ଓ ପ୍ରଯୋଜକ ।

Manoj Mishra and Bobby Islam

ସେପଟେ ପୋଲିସ ସେବା ଭବନରେ ଦୁଇ ପକ୍ଷକୁ ବୁଝାଇବା ପାଇଁ ଉଦ୍ୟମ ଚାଲିଛି । ଏହି ଘଟଣାକୁ ନେଇ ଚନ୍ଦ୍ରଶେଖରପୁର ଥାନାରେ ହାଜର ହୋଇଥିଲେ ବବି ଇସଲାମ । ଅଭିନେତା ମନୋଜ ମିଶ୍ରଙ୍କ ଅଭିଯୋଗ ଆଧାରରେ ଦ୍ଵିତୀୟ ଥର ପାଇଁ ଚନ୍ଦ୍ରଶେଖରପୁର ଥାନାରେ ହାଜର ହୋଇଥିଲେ ନିର୍ଦ୍ଦେଶକ ବବି ଇସଲାମ । ହେଲେ ସେଦିନ ଆସିନଥିଲେ ମନୋଜ ମିଶ୍ର । ମନୋଜଙ୍କୁ ରାଣ୍ଡୀ ପୁଅ ଅନନ୍ତା କହିବା ପରେ, ଥାନାରେ ଅଭିଯୋଗ କରିଥିଲେ ମନୋଜ ।

ଆପୋଷ ବୁଝାମଣା ପାଇଁ ପୋଲିସ ଉଭୟ ପକ୍ଷଙ୍କୁ ଥାନାକୁ ଆସିବାକୁ କହିଥିଲା । ମନୋଜଙ୍କୁ ଯୋଗାଯୋଗ କରାଯାଇଥିଲେ ବି ସେ ଆସିନଥିଲେ । ଅନ୍ୟପଟେ ମନୋଜଙ୍କ ଗ୍ୟାଙ୍ଗ ଧମକାଉଥିବା ନେଇ ପୂର୍ବରୁ ଦରଘାବଜାର ଥାନାରେ ଅଭିଯୋଗ କରିଥିଲେ ବବି ଇସଲାମ। ତେବେ ଆଜି ଏହି ଆରୋପ ପ୍ରତ୍ୟାରୋପର ସମାଧାନ ଆଜି ହୋଇପାରେ ବୋଲି ଆଶଙ୍କା କରାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+