ଜନଜାତିୟ ଗୌରବ ଦିବସ ଅବସରରେ ୧୫୩୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ
ସେପଟେ ଭୁବନେଶ୍ବର ଜନତା ମଇଦାନରେ ଜନ ଜାତୀୟ ଗୌରବ ଦିବସ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହି କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସ ଜରିଆରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

ଓଡ଼ିଶାର ୨୭ଟି ଜିଲ୍ଲାର ୨୩୪ଟି ବ୍ଲକରେ ଥିବା ୨୪୦୮ ଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୭୬୬୭ଟି ଆଦିବାସୀ ବହୁଳ ରାଜସ୍ୱ ଗ୍ରାମରେ ଏହି ଦିବସ ପାଳିତ ହୋଇଛି । ଜନତା ମଇଦାନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ପେସା ଆଇନ ଲାଗୁ ହେବା ପୂର୍ବରୁ ଲୋକଙ୍କ ମତ ନେବା ସହ ସଚେତନତା ସଭା କରିବେ ରାଜ୍ୟ ସରକାର । ୨୬ ତାରିଖ ପର୍ଯ୍ୟନ୍ତ ପ୍ରତି ଗାଁରେ ଜନସଭା ହେବ। ପେସା ଆଇନ କିପରି କାର୍ଯ୍ୟକାରୀ ହେବ ସେ ନେଇ ବିସ୍ତୁତ ଆଲୋଚନା କରାଯିବ। ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଜନଜାତି ସମ୍ପ୍ରଦାୟ ଓଡ଼ିଶାର ଶକ୍ତି ଓ ଆତ୍ମା। କିନ୍ତୁ ପୂର୍ବରୁ ଆଦିବାସୀଙ୍କୁ ଅବହେଳିତ କରି ରଖା ଯାଇଥିଲା। ଆଦିବାସୀ ସଂସ୍କୃତି କୁ ସୁରକ୍ଷା ଦେବା ଆମ ସରକାରଙ୍କ ପ୍ରାଥମିକତା ।
ଜନଜାତିୟ ଗୌରବ ଦିବସ ଅବସରରେ ୧୫୩୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିବା ସହ ଆଦିବାସୀ ବର୍ଗଙ୍କ ବିକାଶ ଓ ସୁରକ୍ଷା ପାଇଁ ଏହି ପ୍ରକଳ୍ପ ସବୁ କୁ ଉତ୍ସର୍ଗୀକୃତ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହିଅବସରରେ ଜଙ୍ଗଲ ଅଧିକାର ସ୍ୱୀକୃତ ଆଇନ ପୋର୍ଟାଲର ଶୁଭରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଜଣେ ହିତାଧିକାରୀ ଏହି ପୋର୍ଟାଲରେ ଜମି ପଟ୍ଟା ପାଇଁ ଆବେଦନ କରିପାରିବ। ଏହା ସହ ଜଙ୍ଗଲ ଆଇନ କାର୍ଯ୍ୟକାରିତା ର ସ୍ଥିତି ମଧ୍ୟ ଜାଣିପାରିବେ ସରକାର ।












Click it and Unblock the Notifications