ଦୋଳ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ସ୍ଵତନ୍ତ୍ର ନୀତିକାନ୍ତି, ସୁନା ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ

ଶୁକ୍ରବାର ଦୋଳ ବେଦିରେ ଦୋଳପୂର୍ଣ୍ଣିମା ନୀତି ସହ ଶ୍ରୀମନ୍ଦିର ରତ୍ନସିଂହାସନରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେଉଛି। ଶ୍ରଦ୍ଧାଳୁଙ୍କ ଭିଡକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

jagannath mandir

ଦୋଳପୂର୍ଣ୍ଣିମା ଉପଲକ୍ଷେ ୨ଜଣ ଅତିରିକ୍ତ ଏସ୍‌ପି, ୧୧ ଡିଏସ୍‌ପି, ୧୦ ଇନ୍ସପେକ୍ଟର, ୨୧ ଏସ୍‌ଆଇ ଓ ଏଏସ୍‌ଆଇ, ୮ ହାବିଲଦାର, କନଷ୍ଟେବଳ ଡବ୍ଲ୍ୟୁସି ୩, ହୋମଗାର୍ଡ ୩୩, ଏପିଆର୍‌ ୩୨ ଜଣ ଏବଂ ୧୭ ସେକ୍ସନ ଫୋର୍ସ ମୁତୟନ ରହିଥିବା ପୋଲିସ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ଏପରିକି ଫାଲ୍‌ଗୁନ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ଗୁରୁବାର ଦୋଳବେଦିରେ ମହାପ୍ରଭୁଙ୍କ ଅଗ୍ନିଉତ୍ସବ ଓ ମେଣ୍ଢାପୋଡ଼ି ନୀତି ସମ୍ପନ୍ନ ହୋଇଛି। ଏହା ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା।

ଆଜି ପବିତ୍ର ଦୋଳ ପୂର୍ଣ୍ଣିମା। ପୂର୍ଣ୍ଣିମା ପରମ୍ପରା ଅନୁଯାୟୀ ଠାକୁର ବିମାନରେ ବସି ନଗର କୀର୍ତ୍ତନ କରିବା ସହ ସହର ପରିକ୍ରମା କରୁଛନ୍ତି। ଏନେଇ ଉତ୍ସବମୁଖର ହୋଇ ଉଠିଛି ଗାଁଠୁ ସହର। ଉଡୁଛି ନାଲି ଗୋଲାପି ଅବିର। ଘଣ୍ଟ ଘଣ୍ଟାରେ କମ୍ପୁଛି ମେଳଣ ପଡ଼ିଆ। ଭକ୍ତଙ୍କ ସହିତ ଭଗବାନଙ୍କ ଫଗୁ ଖେଳର ଅପୂର୍ବ ପର୍ବ ବହନ କରୁଥିବା ଏପରି ମେଳଣ ରାଜ୍ୟରେ ନିଆରା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+