ଚାରମାଳରୁ ବଡଠାକୁର ପଡିଯିବା ପ୍ରସଙ୍ଗରେ ; ଚିନ୍ତା ପ୍ରକଟ କଲେ ଗଜପତି ମହାରାଜା
କାଲି ପହଣ୍ଡି ସମୟରେ ଯାହା ଘଟିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କାରଣ ଏଭଳି ଘଟଣା ଆଗରୁ କେବେ ହୋଇନଥିଲା ।

ପହଣ୍ଡିରେ ଅଘଟଣକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ। ବୁଧବାର ବସିଥିବା ପରିଚାଳନା କମିଟି ବୈଠକ ପରେ ଗଜପତି ମହାରାଜା ତାଙ୍କର ପ୍ରତିକ୍ରିୟା ରଖିଛନ୍ତି।
ଗଜପତି କହିଛନ୍ତି, ଯାହା ଘଟିଲା ତାହା ସମସ୍ତଙ୍କୁ ମର୍ମାହତ କରିଛି, ଦୁଃଖିତ କରିଛି। କାଲିର ଘଟଣାରୁ ସେବାୟତମାନେ ଯାହା ଶିଖିବା କଥା ଶିଖିଛନ୍ତି।
ଆଗାମୀ ଦିନରେ ଏହାର ପୁନରାବୃତ୍ତି ନ ହେବାକୁ ସେବାୟତ ଯତ୍ନ ନେବେ। ପହଣ୍ଡି ସମୟରେ ଓ ରଥ ଉପରେ ଅଧିକ ସେବାୟତ ରହୁଛନ୍ତି। ନୀଳାଦ୍ରି ବିଜେ ପରେ ଏନେଇ ବିସ୍ତୃତ ଭାବେ ଆଲୋଚନା ହେବ। ପରିଚାଳନା କମିଟି ବୈଠକରେ ଏନେଇ ବିଶେଷ ଆଲୋଚନା ହେବ। ଆଗାମୀ ରଥଯାତ୍ରାରେ ଯେମିତି ଏଭଳି ନ ହେବ, ସେନେଇ ନିଷ୍ପତ୍ତି ନିଆଯିବ ବୋଲି ଗଜପତି ମହାରାଜା କହିଛନ୍ତି।












Click it and Unblock the Notifications