ବର୍ଷର ଶେଷ ଦିନରେ ଜଗାକୁ ଦର୍ଶନ ପାଇଁ ଜନ ସମୁଦ୍ର ହୋଇଛି ଶ୍ରୀକ୍ଷେତ୍ର

ରାତି ପାହିଲେ ନୂଆବର୍ଷ । ବର୍ଷର ଶେଷ ଦିନ ଓ ବର୍ଷର ଆରମ୍ଭରେ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ସଭିଙ୍କ ମନରେ ଭରପୁର ଆଶା । ଆଉ ଏଥିପାଇଁ ପୁରୀରେ ଅସମ୍ଭାଳ ଭିଡ଼। ସମୟ ଯେତେ ବଢୁଛି, ଭିଡ଼ ବି ସେତିକି ବଢୁଛି । ଜନସମୁଦ୍ର ପାଲଟିଛି ବଡଦାଣ୍ଡ।

Jagannath Temple

ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ରହୁଛନ୍ତି ଶ୍ରଦ୍ଧାଳୁ। ଭିଡ଼ ନିୟନ୍ତ୍ରଣ କରିବାକୁ ନାକେଦମ୍ ପୁଲିସ। ବର୍ଷ ଶେଷରେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଏଭଳି ଜନସମାଗମ ହୋଇଛି। ରାଜ୍ୟ ଓ ସାରା ଦେଶରୁ ଲୋକେ ଆସି ପହଞ୍ଚୁଛନ୍ତି।

ପରିସ୍ଥିତି ଏମିତି ହୋଇଛି କି ମାର୍କେଟ ଛକ ଯାଏଁ ଲମ୍ବା ବ୍ୟାରିକେଡ୍ ହୋଇଛି। ଆଜିଠୁ ଆହୁରି ଭିଡ଼ ହେବା ଆଶଙ୍କା କରାଯାଉଛି । ଆଜି ଓ ଆସନ୍ତାକାଲି କେବଳ ସିଂହଦ୍ୱାର ଦେଇ ପ୍ରବେଶ ଓ ଅନ୍ୟ ୩ ଦ୍ୱାର ଦେଇ ପ୍ରସ୍ଥାନ କରିବେ ଶ୍ରଦ୍ଧାଳୁ।

ଆଜିଠୁ ଦୁଇ ଦିନ ମାର୍କେଟ ଛକଠାରୁ ନୋ ଭେହିକିଲ୍ ଜୋନ୍ ହେବ। ଶାନ୍ତିଶୃଙ୍ଖଳା ନିମନ୍ତେ ମୁତୟନ ହୋଇଛନ୍ତି ୬୦ ପ୍ଲାଟୁନ ଫୋର୍ସ। ସେହିପରି ଟ୍ରାଫିକ କଣ୍ଟ୍ରୋଲ ପାଇଁ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା। ଭୁବନେଶ୍ୱର, କୋଣାର୍କ ଓ ବ୍ରହ୍ମଗିରି ପଟରୁ ଆସୁଥିବା ଗାଡ଼ି ପାଇଁ ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା କରିଛି ପ୍ରଶାସନ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+