ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ , ନିୟମିତ ବିଦ୍ୟାଳୟ ଓ ହଷ୍ଟେଲ ପରିଦର୍ଶନ କରିବେ ସଚିବ

ବଡ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟରେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଦ୍ବାରା ପରିଚାଳିତ ହେଉଥିବା ହଷ୍ଟେଲ ଗୁଡ଼ିକରେ ପିଲା ମାନଙ୍କ ଖାଦ୍ୟର ମାନ ବୃଦ୍ଧି କରାଯିବ ।

mohancharanmajhi

ଏହାସହିତ ସାସ୍ଥ୍ୟ, ସୁରକ୍ଷା ଓ ସ୍ବଚ୍ଛତା ଉପରେ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରାଯିବ । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି । ମନ୍ତ୍ରୀ ଓ ସଚିବ ମାନେ ନିୟମିତ ଭାବେ ବିଦ୍ୟାଳୟ ଓ ହଷ୍ଟେଲ ଗୁଡିକ ପରିଦର୍ଶନ କରି ଏହାର ପରିଚାଳନା ପଦ୍ଧତି ଯାଞ୍ଚ କରିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟରେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଅଧିନରେ ଥିବା ୧୪ଟି ହାଇସ୍କୁଲକୁ ହାୟର ସେକେଣ୍ଡାରୀ ସ୍କୁଲରେ ପରିଣତ କରିବା ପାଇଁ ଅନୁମତି ମିଳିଛି । ଚଳିତ ବର୍ଷ ଅତି କମ୍‌ରେ ୧୦ଟି ଉଚ୍ଚ ବିଦ୍ୟାଳୟକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପରିଣତ କରାଯିବ । ସେହିପରି ରାଜ୍ୟର ବିଭିନ୍ନ ପ୍ରାଥମିକ ସ୍କୁଲର ହଷ୍ଟେଲ ଗୁଡିକର ଅବସ୍ଥା ଭଲ ନ ଥିବାରୁ ଏଗୁଡିକର ଉନ୍ନତିକରଣ କରାଯାଇ ନୂଆ ହଷ୍ଟେଲ ନିର୍ମାଣ କରାଯାଉଛି। ଅଭିଭକ୍ତ କୋରାପୁଟ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୩୦୧ଟି ହଷ୍ଟେଲର ଉନ୍ନତିକରଣ ପାଇଁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଆବଶ୍ୟକତା ଅନୁଯାୟୀ କେତେକ ହଷ୍ଟେଲକୁ ୧୦୦ ଆସନ ବିଶିଷ୍ଟ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+