ନୂଆବର୍ଷ ପାଇଁ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼, ଶୃଙ୍ଖଳିତ ଦର୍ଶନ ପାଇଁ ୩ ଥାକିଆ ସୁରକ୍ଷା ବ୍ୟବସ୍ଥା
ନୂଆବର୍ଷରେ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼, ଶୃଙ୍ଖଳିତ ଦର୍ଶନ ପାଇଁ ୩ ଥାକିଆ ସୁରକ୍ଷା ବ୍ୟବସ୍ଥା
ପୁରୀ:ଆସନ୍ତା କାଲି ନୂଆ ବର୍ଷର ସ୍ୱାଗତ ପାଇଁ ବିଶ୍ୱବାସୀ ବେଶ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଆଉ ମାତ୍ର କିଛି ଘଣ୍ଟା ମଧ୍ୟରେ ବିଦାୟ ନେବ ୨୦୨୨ । ନୂଆ ଆଶା, ବିଶ୍ୱାସ, ସ୍ୱପ୍ନ ସହ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରି ନୂଆ ବର୍ଷ ଆରମ୍ଭ କରିବା ପାଇଁ ଶ୍ରୀକ୍ଷେତ୍ରରେ ପହଁଚିଛନ୍ତି ଭକ୍ତ । ଲୋକାରଣ୍ୟ ହୋଇ ପଡିଛି ବଡଦାଣ୍ତ ।

ଶ୍ରୀଜିଉଙ୍କ ଦର୍ଶନ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ । ଭକ୍ତଙ୍କ ଭିଡକୁ ନଜରରେ ରଖି ଶ୍ରୀକ୍ଷେତ୍ର ପ୍ରଶାସନ ପକ୍ଷରୁ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଯେଉଁଥି ପାଇଁ ୨୦ ଫୁଟ୍ ଓସାରରେ ବାଉଁଶର ବାରିକେଟ୍ କରାଯାଇଛି ।
ଆଜି ମଧ୍ୟ ପୁରୀରେ ଜଗା ଦର୍ଶନ ପାଇଁ ପହଁଚିଛନ୍ତି ଲକ୍ଷାଧିକ ଭକ୍ତ ଯେଉଁଥି ପାଇଁ ପ୍ରଶାସନ ପକ୍ଷରୁ ୩ ଥାକିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସେହିପରି ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ରାଫିକ୍ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି ଏବଂ ଟ୍ରାଫିକ୍ ଗାଇଡଲାଇନ୍ ଜାରି କରାଯାଇଛି । ଅନ୍ୟପକ୍ଷରେ ଜିରୋ ନାଇଟ୍ ସେଲିବ୍ରେସନରେ ସରକାରଙ୍କ ସମସ୍ତ ଗାଇଡ ଲାଇନକୁ ମାନିବାକୁ ହୋଟେଲ୍ ମାଲିକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ହେଲପ୍ ଲାଇନ ନମ୍ବର ମଧ୍ୟ ଜାରି କରାଯାଇଛି ।












Click it and Unblock the Notifications