ମଇ ୨୩ରେ କନ୍ଧମାଳ ଲୋକସଭା କ୍ଷେତ୍ରରେ କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦୁଇ ବୁଥରେ ସାନି ମତଦାନ
ଭୁବନେଶ୍ଵର; ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶନାମା ଅନୁସାରେ ଓଡ଼ିଶାର ୧୩-କନ୍ଧମାଳ ଲୋକସଭା କ୍ଷେତ୍ରର ୮୫- କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧୀନସ୍ଥ ବୁଥ ନମ୍ବର-୨୬ ଓ ବୁଥ ନମ୍ବର-୨୮ ରେ ୨୩ ମଇ ୨୦୨୪ ରେ ପୁନଃ ମତଦାନ ଅନୁଷ୍ଠିତ ହେବ । ଏହି ପ୍ରକ୍ରିୟା ଉକ୍ତ ଦିନ ସକାଳ ୭ଟା ରୁ ଅପରାହ୍ନ ୪ ଟା ଯାଏଁ ଚାଲିବ ।
ଏଣୁ କନ୍ଧମାଳ ଲୋକସଭା ନିର୍ବାଚନ ମଣ୍ଡଳୀ ଏବଂ କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀର ସମସ୍ତ ପ୍ରାର୍ଥୀ ମତଦାତାଙ୍କୁ ଏହା ଅବଗତ କରାଇବା ନିମନ୍ତେ ଉଭୟ ବୌଦ୍ଧ ଓ କନ୍ଧମାଳ ଜିଲ୍ଲାର ଜିଲ୍ଲା ଜିଲ୍ଲାପାଳମାନଙ୍କୁ ଭାରତ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ନିର୍ଦେଶ ଦିଆଯାଇଛି ।

ଉକ୍ତ ବୁଥ ଦ୍ବୟର ସମସ୍ତ ନିର୍ବାଚନ ଅଧିକାରୀ ତଥା ଏହା ବ୍ୟତୀତ ଭାରତ ନିର୍ବାଚନ ଆୟୋଗ ଶ୍ରୀ ଦିଲୀପ କୁମାର ମହାପାତ୍ରଙ୍କୁ ବୌଦ୍ଧ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ତଥା କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଡିଂ ଅଧିକାରୀ ରୂପେ ନିଯୁକ୍ତ କରିଛନ୍ତି ।
କଣ୍ଟାମାଳ ନିର୍ବାଚନମଣ୍ଡଳୀ ମହେଶ୍ୱର ପିଣ୍ଡା ବୁଥ୍ ନମ୍ବର- ୨୮ରେ ଭୋଟରଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ କହିଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ଭୋଟରଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିବା ବେଳେ ପୁନଃ ମତଦାନ ପାଇଁ ଦାବି କରିଥିଲେ ବିଜେପି ପ୍ରାର୍ଥୀ କହ୍ନେଇ ଚରଣ ଡାଙ୍ଗ। ଏପରିକି ପୁଲିସ-ଜନତା ଖଣ୍ଡଯୁଦ୍ଧ ହୋଇଥିଲା ଏବଂ ସ୍ଥିତି ନିୟନ୍ତ୍ରଣ ପାଇଁ ପୁଲିସ ଲାଠିମାଡ ଓ ଫାଙ୍କା ଗୁଳିଚାଳନା ବି କରିଥିଲା।
ସୂଚନାଯୋଗ୍ୟ, ଗତକାଲି ୨୦ତାରିଖରେ କନ୍ଧମାଳ ସଂସଦୀୟ କ୍ଷେତ୍ରରେ ମତଦାନ ହୋଇଥିଲା । ତେବେ ଏହି ଦୁଇ ବୁଥରେ ମତଦାନକୁ ନେଇ ଅଭିଯୋଗ ହେବାପରେ ନିର୍ବାଚନ କମିଶନ ଅନୁରୂପ ନିଷ୍ପତ୍ତି ନେଇଛନ୍ତି ।












Click it and Unblock the Notifications