୮ରେ ଓଡ଼ିଶା ଆସିବେ ପ୍ରତରକ୍ଷା ମନ୍ତ୍ରୀ ରାଜନାଥ ସିଂ, ୧୨ରେ ଆସିବେ ଅମିତ ଶାହ
Odisha Political News: ମେ'୮ ତାରିଖର ଓଡ଼ିଶା ଆସିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଏହି ସମୟ ମଧ୍ୟରେ ସେ ରାୟଗଡ଼ା ଗସ୍ତ କରିବେ । ସେହିପରି ୧୨ ତାରିଖରେ ପୁଣି ଓଡ଼ିଶା ଆସିବେ ଗୃହମନ୍ତ୍ରୀ ଅମିତ ଶାହ । ଏନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର ।

ସେହିପରି ଆଜି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା । ଆଜି ରାତି ପ୍ରାୟ ସାଢେ ୯ଟା ସମୟରେ ଭୁବନେଶ୍ୱରରେ ପହଞ୍ଚିବେ ମୋଦି । ରାଜଭବନରେ ରାତ୍ରିଯାରନ କରିବେ । ଆସନ୍ତାକାଲି ଅର୍ଥାତ୍ ମେ ୬ ତାରିଖରେ ବ୍ରହ୍ମପୁର ଏବଂ ନବରଙ୍ଗପୁରରେ ଏକ ଜନସଭାରେ ଯୋଗଦେବେ ମୋଦି ।
ସେହିପରି ଆଜି ଅପରାହ୍ନରେ BJP ରାଷ୍ଚ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଓଡ଼ିଶା ଆସିବେ । ଏହି ଗସ୍ତ ସମୟରେ ନଡ୍ଡା ଭୁବନେଶ୍ୱରରେ ପ୍ରମୁଖ ନେତାଙ୍କ ସହ ଆଲୋଚନା କରିବେ। କଟକରେ ମଧ୍ୟ ନଡ୍ଡାଙ୍କ କାର୍ଯ୍ୟକ୍ରମ ରହିଥିବା ସୂଚନା ଦେଇଛନ୍ତି ଗୋଲକ ମହାପାତ୍ର ।












Click it and Unblock the Notifications