ଆସନ୍ତାକାଲି ଓଡ଼ିଶା ଆସିବ ଓମିସିୟୋର କିଟ୍
ଆସନ୍ତାକାଲି ଓଡ଼ିଶା ଆସିବ ଓମିକ୍ରନ୍ କିଟ୍ ଓମିସିୟୋର । ପ୍ରଥମ ପର୍ଯ୍ୟାୟର କିଛି କିଟ୍ ସୋମବାର ଓଡ଼ିଶାରେ ପହଞ୍ଚିବ । ଟାଟା ଏମଡି ଓଡ଼ିଶାକୁ ଏହି କିଟ୍ ଦେବ ।
ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶା ଆସିବ ଓମିକ୍ରନ୍ କିଟ୍ ଓମିସିୟୋର । ପ୍ରଥମ ପର୍ଯ୍ୟାୟର କିଛି କିଟ୍ ସୋମବାର ଓଡ଼ିଶାରେ ପହଞ୍ଚିବ । ଟାଟା ଏମଡି ଓଡ଼ିଶାକୁ ଏହି କିଟ୍ ଦେବ । ୫ ଲକ୍ଷ ଓମିସିଓର କିଟ ଆଣିବା ପାଇଁ ଅର୍ଡର ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଓମିକ୍ରନ ଭୂତାଣୁ ଚିହ୍ନଟ କରିବ ଏହି ଓମିସିୟୋର କିଟ୍ । ଆଉ ଜିନମ ସିକ୍ବେନ୍ସିଂ କରିବା ଆବଶ୍ୟକ ପଡିବନି ।

ଏହି କିଟ୍ ଦ୍ବାରା ଲୋକେ ଓମିକ୍ରନ ଆକ୍ରାନ୍ତ କି ନାହିଁ ଜଣାପଡ଼ିଯିବ। ଭାରତରେ ଓମିକ୍ରନ୍ ଭାରିଆଣ୍ଟକୁ ଚିହ୍ନଟ କରିବା ପାଇଁ ବ୍ୟବହୃତ ହେଉଥିବା କିଟ୍ ଆମେରିକାର ଥର୍ମୋ ଫିସର କମ୍ପାନି ବିକଶିତ କରିଛି। ଭାରିଆଣ୍ଟକୁ ଚିହ୍ନିବା ପାଇଁ ଏହା ଏସ ଜିନ୍ ଟାର୍ଗେଟ୍ ଫେଲିଓର ଷ୍ଟ୍ରୋଟେଜି (ଏସଜିଟିଏଫ) ପ୍ରକ୍ରିୟା ବ୍ୟବହାର କରୁଛି। ତେବେ ଆଇସିଏମଆର ଟାଟାର ଯେଉଁ କିଟକୁ ମଞ୍ଜୁରୀ ପ୍ରଦାନ କରିଛି, ତାହାର ସଂପୂର୍ଣ୍ଣ ନାମ ଟାଟା ଏମଡି ଚେକ୍ ଆରଟି-ପିସିଆର ଓମିସିଓର ରହିଛି ।












Click it and Unblock the Notifications