ଓଡିଶାରେ ଓମିକ୍ରନ୍ ଭାରିଏଣ୍ଟ BF.7, ଚୀନରେ ଆତଙ୍କ ଖେଳାଇଛି ଏହି ଭାଇରସ୍
ଓଡିଶାକୁ ପୁଣି ଫେରିଲା କରୋନା । ଓଡିଶାରେ ଚିହ୍ନଟ ହେଲା ଓମିକ୍ରନ୍ ଭାରିଏଣ୍ଟ BF.7 । ଏହି ଭାଇରସ୍ ଏବେ ଚୀନରେ ଆତଙ୍କ ଖେଳାଇଛି । ଚୀନ ସମେତ ବିଶ୍ବର ୫ଟି ଦେଶରେ ଆତଙ୍କ ସୃଷ୍ଟି କରିଛି ମହାମାରୀ କରୋନା ।
ଭୁବନେଶ୍ୱର: ଓଡିଶାକୁ ପୁଣି ଫେରିଲା କରୋନା । ଓଡିଶାରେ ଚିହ୍ନଟ ହେଲା ଓମିକ୍ରନ୍ ଭାରିଏଣ୍ଟ BF.7 । ଏହି ଭାଇରସ୍ ଏବେ ଚୀନରେ ଆତଙ୍କ ଖେଳାଇଛି । ଚୀନ ସମେତ ବିଶ୍ବର ୫ଟି ଦେଶରେ ଆତଙ୍କ ସୃଷ୍ଟି କରିଛି ମହାମାରୀ କରୋନା । ଚୀନ୍, ଜାପାନ୍, ଆମେରିକାରେ ଆତଙ୍କ ସୃଷ୍ଟି କରିଥିବା କରୋନା ଏବେ ଓଡ଼ିଶା ତଥା ଭାରତରେ କାୟା ବିସ୍ତାର କଲାଣି। ଓଡ଼ିଶାରେ ଚୀନ୍ ଭାଇରସ୍ ଚିହ୍ନଟ ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

ସୂଚନା ଅନୁସାରେ, କେବଳ ଓଡ଼ିଶାରେ ଜଣେ ଓ ଗୁଜରାଟରେ ମଧ୍ୟ ୨ ଜଣ ଏହି ଭାଇରସ୍ ଦ୍ୱାରା ଆକ୍ରନ୍ତ ହୋଇଥିବା ଜଣାପଡ଼ିଛି । ତେଣୁ ଏବେ ଏହା ଭାରତ ପାଇଁ ଏକ ପ୍ରକାର ସତର୍କ ଘଣ୍ଟି ବୋଲି କୁହାଯାଇଛି ।
ଏହି ଭାଇରସ୍ ପ୍ରଭାବରେ ଚୀନ୍ରେ ଏତେ ସଂଖ୍ୟାରେ ମୃତ୍ୟ ଘଟୁଛି ଯେ, ଶବଦାହ କେନ୍ଦ୍ର ସମ୍ମୁଖରେ ଦିନରାତି ଭିଡ଼ ଜମି ରହୁଛି । ଏମିତିକି ରୋଗୀଙ୍କୁ ହସ୍ପିଟାଲରେ ବେଡ୍ ମିଳୁନି । ଏହି ଭାରିଏଣ୍ଟ ଏବେ ଓଡ଼ିଶାରେ ଚିହ୍ନଟ ହେବା ପରେ ଚିନ୍ତା ବଢ଼ିଛି । ଏବେ ଚୀନ୍, ଜାପାନ, ଆମେରିକା, ବ୍ରାଜିଲ ଏବଂ କୋରିଆରେ ବର୍ତ୍ତମାନ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏସବୁ ଦେଶରେ ସପ୍ତାହକୁ ପ୍ରାୟ ୩୫ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ବିଶେଷ କରି ଚୀନରେ କୋଭିଡ ସ୍ଥିତି ଅତି ସାଂଘାତିକ ରହିଛି । ଏନେଇ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଚିଠି ଲେଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ।












Click it and Unblock the Notifications